ସଚିବ ସ୍ତରରେ ବଡ଼ ଧରଣ ର ଅଦଳ ବଦଳ । ଦେଓ ରଞ୍ଜନ କୁମାର ସିଂ ଙ୍କୁ ଷ୍ଟିଲ ଓ ମାଇନ୍ସ ଅତିରିକ୍ତ ଦାୟିତ୍ୱ ।ବର୍ତ୍ତମାନ ଉନ୍ନୟନ କମିଶନର ଅଛନ୍ତି ଦେଓ ରଞ୍ଜନ ସିଂ । ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ୱ ।ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ଦାୟିତ୍ୱ ରେ ମଧ୍ୟ ରହିବେ । ବିଷ୍ଣୁପଦ ସେଠି ହେଲେ ଓଡ଼ିଶା ବନ ଉନ୍ନୟନ ନିଗମ ଅଧକ୍ଷ । ବିଷ୍ଣୁପଦ ସେଠିଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଅତିରିକ୍ତ ଦାୟିତ୍ୱ । ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗକୁ ବଦଳି । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ରହିବେ । ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ଡିଜି ଦାୟିତ୍ୱ ।ଏଥିସହ ଶ୍ରମ ଓ ବିଜ୍ଞାନ କାରିଗର ଦାୟିତ୍ୱରେ ରହିବେ । ଉଷା ପାଢ଼ୀଙ୍କୁ ଇଡ଼କୋ ଅଧକ୍ଷ ଦାୟିତ୍ୱ । ନଗର ଉନ୍ନୟନ ଦାୟିତ୍ୱରେ ମଧ୍ୟ ରହିବେ ଉଷା । ଶୁଭା ଶର୍ମା ଜଳ ସମ୍ପଦ ବିଭାଗ ର ନୂଆ ପ୍ରମୁଖ ସଚିବ । ଏନବିଏସ ରାଜପୁତ ହେଲେ ନୂଆ ପରିବହନ ମୁଖ୍ୟ ପ୍ରମୁଖ ସଚିବ । OSRTC ଦାୟିତ୍ୱରେ ମଧ୍ୟ ରହିବେ । ଗିରିଶ ଏସଏନଙ୍କୁ OMC ଅଧକ୍ଷ ଦାୟିତ୍ୱ । ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗରେ ରହିବେ ଏସଏନ ରାଜପଥ । ମୃଣାଳିନ ଦର୍ଶୱାଲ ମହିଳା ଶିଶୁ ବିକାଶ ବିଭାଗ ସଚିବ । ବଳବନ୍ତ ସିଂଙ୍କୁ ଓଡ଼ିଶା ହାଇୱେ ଅଥରିଟି ର ଏମଡି ଦାୟିତ୍ୱ । ପର୍ଯ୍ୟଟନ ବିଭାଗର ଦାୟିତ୍ୱ ବି ତୁଲାଇବେ । ସଚିନ ରାମଚନ୍ଦ୍ର ଯାଦବ ହେଲେ ନୂଆ କୃଷି ସଚିବ । କ୍ରୀଡା ଓ ଯୁବ ବ୍ୟାପାର ଦାୟିତ୍ୱରେ ବି ରହିବେ ସଚିନ । ସୁଧାଂଶୁ ମୋହନ ସାମଲ କେନ୍ଦ୍ରାଞ୍ଚଳ RDC । ଓଡ଼ିଶା ଖଣି ନିଗମ ଏମଡି ଦାୟିତ୍ୱରେ ବି ରହିବେ ସୁଧାଂଶୁ । ସାଦିକ ଆଲମ ହେଲେ CRUT ର ନୂଆ ଏମଡି । ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଦାୟିତ୍ୱରେ ବି ରହିବେ । ମାନସୀ ନିମ୍ବାଲ ମିଶନ ଶକ୍ତି ବିଭାଗ ସଚିବ । ପ୍ରେମ ଚାନ୍ଦ ଚୌଧୁରୀ ହେଲେ ମସ୍ଚ୍ୟ ପଶୁ ସମ୍ପଦ ସଚିବ । ଅନୁପମ ସାହ ଙ୍କୁ OBCC ଏମଡି ର ଅତିରିକ୍ତ ଦାୟିତ୍ୱ । ମୁଖ୍ୟମନ୍ତ୍ରୀ ଙ୍କ ଅତିରିକ୍ତ ସଚିବ ମଧ୍ୟ ରହିବେ ଅନୁପମ ।