ମୋଜିଲା ଫାୟାରଫକ୍ସ ୟୁଜରଙ୍କ ପାଇଁ ହାଇ ସିକ୍ୟୁରିଟି ଆଲର୍ଟ, CERT-In ଜାରି କଲା ଚେତାବନୀ

ନୂଆଦିଲ୍ଲୀ: ଯଦି ଆପଣ ଇଣ୍ଟରନେଟ୍‌ ଚଳାଇବା ପାଇଁ ମୋଜିଲା ଫାୟାରଫକ୍ସ ବ୍ରାଉଜର ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। କେନ୍ଦ୍ର ସରକାରଙ୍କ ସାଇବର ସୁରକ୍ଷା ଏଜେନ୍ସି CERT-In ଫାୟାରଫକ୍ସ ୟୁଜରମାନଙ୍କ ପାଇଁ ହାଇ ରିସ୍କ ସିକ୍ୟୁରିଟି ଆଲର୍ଟ ଜାରି କରିଛି। CERT-In ଅନୁଯାୟୀ, ମୋଜିଲା ଫାୟାରଫକ୍ସ ଓ ଥଣ୍ଡରବର୍ଡର କିଛି ଭର୍ସନରେ ଗୁରୁତର ତ୍ରୁଟି ଚିହ୍ନଟ ହୋଇଛି। ଏହି ଦୁର୍ବଳତାକୁ ବ୍ୟବହାର କରି ହ୍ୟାକର୍ସ ଦୂରରୁ ୟୁଜରଙ୍କ କମ୍ପ୍ୟୁଟର କିମ୍ବା ମୋବାଇଲ୍‌ରେ ପ୍ରବେଶ କରିପାରିବେ। ବିଶେଷକରି ନିର୍ଦ୍ଦିଷ୍ଟ ଲିଙ୍କ୍‌ କିମ୍ବା ୱେବ୍ ରିକ୍ୱେଷ୍ଟ ମାଧ୍ୟମରେ ୟୁଜରଙ୍କ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି।

ସବୁଠାରୁ ଚିନ୍ତାର ବିଷୟ ହେଉଛି ଯେ, ଇମେଲ୍ କ୍ଲାଏଣ୍ଟ ‘ଥଣ୍ଡରବର୍ଡ’ ଉପରେ ମଧ୍ୟ ସମାନ ପ୍ରକାରର ବିପଦ ରହିଛି। ହ୍ୟାକର୍ସ ଏନକ୍ରିପ୍ଟେଡ୍ ଇମେଲ୍‌ରୁ ମଧ୍ୟ ସମ୍ବେଦନଶୀଳ ତଥ୍ୟ ବାହାର କରିପାରନ୍ତି। ଯଦି ବ୍ରାଉଜର ଅପଡେଟ୍ ହୋଇନାହିଁ, ତେବେ ବ୍ୟାଙ୍କ ଡିଟେଲ୍ସ, ପାସୱାର୍ଡ ଓ ବ୍ୟକ୍ତିଗତ ତଥ୍ୟ ବିପଦରେ ପଡ଼ିପାରେ।

କେଉଁ ଭର୍ସନରେ ବିପଦ ଅଧିକ?

CERT-In ସ୍ପଷ୍ଟ କରିଛି ଯେ, Mozilla Firefox 147.0.2 ରୁ ପୁରୁଣା ଭର୍ସନ, Thunderbird 140.7.1 ଓ 147.0.1 ରୁ ପୁରୁଣା ଭର୍ସନ ବ୍ୟବହାର କରୁଥିବା ୟୁଜରମାନେ ସବୁଠାରୁ ଅଧିକ ବିପଦରେ ରହିଛନ୍ତି। ଏହି ଭର୍ସନଗୁଡ଼ିକୁ ସରକାର High Risk Category ଭିତରେ ରଖିଛନ୍ତି । CERT-In କହିଛି ଯେ ହ୍ୟାକର୍ସ ଆଣ୍ଟି-ଟ୍ରାକିଂ ଓ ଲେଆଉଟ୍ ସ୍କ୍ରୋଲିଂ ଭଳି ଫିଚର୍‌ର ଦୁର୍ବଳତାକୁ ବ୍ୟବହାର କରି ସିଷ୍ଟମ କ୍ରାସ କରିପାରନ୍ତି।