ଦାଣ୍ଡୁ ମାରାମ୍ମା ସାହିରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦାଣ୍ଡୁ ମାରାମ୍ମା ସାହିରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀକୃଷ୍ଣ ନିକୁଞ୍ଜ ସନ୍ଥ,ପ୍ରିୟ ଶରଣ ମହାରାଜ,ମନୋଜ କୁମାର ଦାସ, ଏନ୍ ଜୀବରତ୍ନମ୍,ଜୀ ଆପଲ ରାଜୁ, ସରୋଜ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା।ପ୍ରାରମ୍ଭିକ ସଙ୍ଗୀତ ଗାନ ପରେ ମନୋଜ କୁମାର ଦାସ ସଭାପତିତ୍ୱ କରିଥିଲେ।ଅତିଥି ମାନେ ହିନ୍ଦୁ ସମ୍ମିଳନୀ କରିବା ର ଉଦ୍ଦେଶ୍ୟ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ।ହୋମଯଜ୍ଞ,ଘୃତଯଜ୍ଞ, ଓ ହନୁମାନ ଚାଳିସା ହୋଇ ଥିଲା।ଶେଷରେ ବାଳକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ହରିମୋହନ ପଟ୍ଟନାୟକ,ଜଗନ୍ନାଥ ମହାପାତ୍ରଙ୍କ ସମେତ ବହୁ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।