ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାର ରିଜର୍ଭ ପ୍ୟାରେଡ଼ ପଡିଆ ଠାରେ ସ୍ୱାଧୀନ ସାଧାରଣତନ୍ତ୍ର ଦିବସରେ ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପେରେଡ଼ ଅଭିଭାଷଣ ଗ୍ରହଣ କରିଥିଲେ। ରିଜର୍ଭ ପୁଲିସ ପେରେଡ଼ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଡୁ ପାଲି ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହିଥିଲେ। ରିଜର୍ଭ ପଡ଼ିଆରେ ରଙ୍ଗ ବେରଙ୍ଗ ର ପୋଷାକ ସହ ଉତ୍ସବରେ ଜିଲ୍ଲାର ଉଚ୍ଚସ୍ତ ପଦାଧିକାରୀ ମୁଖ୍ୟ ଅତିଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହା ପରେ ଜିଲ୍ଲାର ହାବିଲଦାର, ବନ ବିଭାଗ, ଅଗ୍ନିଶମ ବିଭାଗ ସହିତ ବିଭିନ୍ନ ସ୍କୁଲ କଲେଜ ର ଏନ.ସି.ସି., ସ୍କାଉଡ ଗାଇଡ, ରେଡକ୍ରସ ଓ ସିଭିଲିଅନ ର ମୋଟ ୨୯ ଗୋଟି ପ୍ଲାଟୁନ ପ୍ୟାରେଡ୍ ରେ ଭାଗ ନେଇଥିଲେ । ଏହାପରେ ମୁଖ୍ୟ ଅତିଥି ସାଂସ୍କୃତିକ କାର୍ଯ୍ୟକ୍ରମ ହେଇଥିଲା, ଜିଲ୍ଳାର ବିଭିନ୍ନ ବିଭାଗର କର୍ମଚାରୀ ସହିତ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ତେବେ ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୁଲିସ ଓ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।