ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଶିଶୁ ସୈନିକ ପାଳିଲେ ଜାନୁଆରୀ 26

ଆଜି ୭୭ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା । ଦେଶର କୋଣ ଅନୁକୋଣରେ ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ । ବନ୍ଦେ ମା ତରମ୍‌,ଭାରତ ମାତା କି ଜୟ, ଧ୍ବନିରେ କମ୍ପି ଉଠୁଛି ଗଗନ ପବନ । ପ୍ରତିଟି ଭାରତୀୟ ପାଇଁ ଆଜିର ଦିନ ବେଶ ସ୍ବତନ୍ତ୍ର ।ଏହି ଅବସରରେ ପୁରୀ ଜିଲ୍ଲା  ନିମାପଡ଼ା ଗୋପାଳପୁର ଠାରେ ଥିବା ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ ଶିଶୁ ସୈନିକମାନେ ବହୁ ଆଡ଼ମ୍ବରେ ପାଳୁଛି ଜାନୁଆରୀ 26 , ଭୋର ସମୟରେ ନିମାପଡ଼ା ବଳଙ୍ଗା ରାସ୍ତାରେ ଯାଇ ବିଭିନ୍ନ ଗ୍ରାମରେ ଜାତୀୟ ସଙ୍ଗୀତ ଗାନ କରିବା ସହିତ ଜାତୀୟ ସ୍ଲୋଗାନରେ କମ୍ପି ଉଠିଥିଲା ।ସାଧାରଣ ତନ୍ତ୍ର ଦିବସ ଅବସରରେ ଓଡ଼ିଶା ଷ୍ଟେଟ ବ୍ରିଗେଡ ସ୍କୁଲ୍ରେ ମୁଖ୍ୟ ଅତିଥି ଭାବେ ଅନ୍ତୁଆର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ୍ତ କୁମାର ସ୍ଵାଇଁ  ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରି ଶିଶୁ ସୈନିକ ମାନଙ୍କୁ ଉପାଦେୟ ଭାଷଣ ଦେଇଥିଲେ। 1950 ମସିହା ଆଜିର ଦିନରେ ଭାରତର ନୂତନ ସମ୍ବିଧାନ ପ୍ରଣୟନ  ହୋଇଥିଲା । ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ସାରା ଦେଶରେ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଏ ।

1947 ମସିହା ଅଗଷ୍ଟ 15 ତାରିଖରେ ଆମ ଦେଶ ସ୍ବାଧୀନ ହୋଇଥିଲା ସତ କିନ୍ତୁ ଦେଶ ପରିଚାଳନା ପାଇଁ କୌଣସି ସାମ୍ବାଧାନିକ ବ୍ୟବସ୍ଥା ନଥିଲା ।  ଏହାପରେ 1950 ମସିହା ଜାନୁଆରୀ 26 ତାରିଖରେ ଏହା କାର୍ଯ୍ୟକ୍ଷମ ହୋଇଥିଲା । 76 ବର୍ଷ ତଳେ ଆଜିର ଦିନରେ ଭାରତ ଏକ ସାର୍ବଭୌମତ୍ବ ଗଣତାନ୍ତ୍ରିକ ରାଷ୍ଟ୍ର ରୂପେ ପରିଗଣିତ ହେବା ସହ ଲିଖିତ ସମ୍ବିଧାନ ବ୍ୟବସ୍ଥାର କାର୍ଯ୍ୟକାରୀ ହୋଇଥିଲା । ଯେଉଁଥିରେ ସମସ୍ତ ନାଗରିକ ଭାରତକୁ ଏକ ସମ୍ପୂର୍ଣ୍ଣ ଧର୍ମନିରପେକ୍ଷ, ସମାଜବାଦୀ, ରାଷ୍ଟ୍ରୀୟ ଅଖଣ୍ଡତା, ଏକତା ପାଇଁ ସଂକଳ୍ପ ନେଇଥିଲେ । ଏହି ଦିନକୁ ସମ୍ମାନ ଜଣାଇ ଜାନୁଆରୀ 26 ତାରିଖରେ ସାଧାରଣତନ୍ତ୍ର ଦିବସ ପ୍ରତିବର୍ଷ ପାଳନ କରାଯାଉଛି । ସେହିପରି ନିମାପଡ଼ା ବ୍ଲକ ରେ ପାଳିତ ହୋଇଯାଇଛି।