ପବିତ୍ର ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ଦିନରେ ଭାରତରେ ମାଘ ସପ୍ତମୀ ପାଳିତ ହୁଏ।ଏହି ପବିତ୍ର ଦିନକୁ ରଥ ସପ୍ତମୀ ମଧ୍ୟ କୁହାଯାଏ।ମାଘ ସପ୍ତମୀରେ ସୂର୍ଯ୍ୟ ଦେବ ତାଙ୍କର ସାତୋଟି ଘୋଡ଼ାରେ ଉତ୍ତରକୁ ଗତି କରନ୍ତି। ଏହି ଦିନ ଜଳାଶ୍ରୟରେ ପ୍ରାତଃ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କଲେ ଦୁଃଖ କଷ୍ଟ ରୋଗ ବ୍ୟାଧି ରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି।ସୂର୍ଯ୍ୟ ପୂଜା କରିବା ପରେ ଭକ୍ତ ମାନେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରକୁ ଆସି ଠାକୁରଙ୍କ ଦର୍ଶନ କରିଛନ୍ତି।ଏହି ଦିନ ଭୋରରୁ ଭକ୍ତ ମାନେ ଜଳାଶ୍ରୟରେ ସ୍ନାନ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଦାନ କଲେ ବହୁ ପୁଣ୍ୟ ମିଳେ ବୋଲି ମଧ୍ୟ ବିଶ୍ଵାସ ରହିଛି।ତେଣୁ ଭକ୍ତ ମାନେ ନଡ଼ିଆ କଦଳୀ ଧୂପ ଦୀପ ଫୁଲ ରାଶିଲଡୁ ଧରି ଠାକୁରଙ୍କ ଦର୍ଶନ କରିବା ପାଇଁ ଆସିଛନ୍ତି।ବ୍ରାହ୍ମଣଙ୍କୁ ଦାନ ମଧ୍ୟ କରୁଛନ୍ତି।ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।