ହିନ୍ଦୋଳ ସାମ୍ବାଦିକ ସଂଘର ୨୯ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ଅନ୍ତର୍ଗତ ସର୍ବପୁରାତନ ପଞ୍ଜିକୃତ ହିନ୍ଦୋଳ ସାମ୍ବାଦିକ ସଂଘର ୨୯ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।ସାମ୍ବାଦିକ ସଙ୍ଘ ସଭାପତି ସୁମନ୍ତ ଦେହୁରୀଙ୍କ ସଭାପତିତ୍ୱରେ ତଥା ସମ୍ପାଦକ ପ୍ରଭାତରଞ୍ଜନ ପୃଷ୍ଟିଙ୍କ ତତ୍ୱାବଧାନରେ କାର୍ଯ୍ୟରତ ସମସ୍ତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିସ ଗଣମାଧ୍ୟମ ଯୋଗ ଦେଇଥିଲେ।”ହିନ୍ଦୋଳ ସାମ୍ବାଦିକ ସଙ୍ଘ”ର ଏହି ୨୯ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ସୁନାମଧନ୍ୟ ନିୟୁରୋ ପ୍ରଫେସର ବ୍ରହ୍ମପୁର ମେଡିକାଲ କଲେଜର ତଥା ହିନ୍ଦୋଳ ମାଟିର ସନ୍ତାନ ଡାକ୍ତର ରବି ନାରାୟଣ ପଣ୍ଡା, ସମ୍ନାନିତ ଅତିଥି ଭାବରେ ଅତିରିକ୍ତ ଏସପି ତଥା ହିନ୍ଦୋଳ ଉପଖଣ୍ଡ ଉପ ଆରକ୍ଷୀ ଅଧିକ୍ଷକ ସତ୍ୟକୁମାର ନନ୍ଦ, ଡାକ୍ତର ଚୈତନ୍ୟ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ ଯୋଗଦେଇଥିବା ବେଳେ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଜନସାଧାରଣ ଯୋଗଦେଇଥିଲେ। ଏହି ବୃହତ କାର୍ଯ୍ୟକ୍ରମରେ ହିନ୍ଦୋଳ କଳାକାର ସଙ୍ଘ ସଭାପତି ବିମଳ ବିଶ୍ୱାଳ ନିଜର ଯାଦୁକରୀ ଚମତ୍କାରିତା ଦେଖାଇଥିବା ବେଳେ ବହୁ ସ୍ଥାନୀୟ କଳାକାର ନିଜର କଳା ନୈପୁଣତା ଦେଖାଇଥିଲେ। ସଂକୀର୍ଣ୍ଣମଣ୍ଡଳୀ, ସଂଗୀତ କଳାକାର, ପାଇକଆଖଡ଼ା କଳାକାରମାନେ ନିଜନିଜ କଳା ନୈପୁଣତା ଦେଖାଇଥିଲେ।ପରିଶେଷରେ ମୁଖ୍ୟଅତିଥି,ସମ୍ନାନିତ ଅତିଥି ମାନଙ୍କ ଦ୍ୱାରା ସମସ୍ତ କଳାକାର, ପ୍ରବୀଣ ଶିକ୍ଷାବିତ,ପୂର୍ବତନ ସୈନିକ, କୃଷକଙ୍କ ସମେତ ବହୁ କ୍ଷେତ୍ରରେ ହିନ୍ଦୋଳର ଗର୍ବ ବଢ଼ାଇଥିବା ବିଶିଷ୍ଟ ବ୍ୟକ୍ତି, ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।