ପୋଲିସ୍ ହାତ ରୁ ଖସି ଗଲେ ଚୋରା ବନ୍ଧୁକ ବେପାରୀ…

ଅପରାଧୀ ଏବଂ ପୋଲିସ୍ ର ସମ୍ପର୍କ କ୍ଷୀର ଓ ନୀଳ ଭଳି ଆଜିର ଦିନରେ ଦେଖିବାକୁ ମିଳୁଛି। ହାତ ପାଆନ୍ତାରେ ଅପରାଧୀ କୁ ପାଇଁ ମଧ୍ୟ ପୋଲିସ୍ ନିଜ ସ୍ବାର୍ଥ ରେ ବଶବର୍ତ୍ତୀ ହୋଇ ଅପରାଧୀ କୁ ଛାଡି ଦେଉଛି। ରାଜନେତାଙ୍କ ପାଖ ଲୋକ ହୋଇ ଥିବାରୁ ସମସ୍ତ ଅପରାଧକୁ ମାପ କରି ଦିଆ ଯାଇଛି ।କାରଣ ସ୍ୱର୍ଗ କୁ ନିଶୁଣି ନାହିଁ କି ବଡ଼ ନେତା ଙ୍କୁ ଦଣ୍ଡ ମିଳୁନାହିଁ।

ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିନରେ ଥିବା କୁଳ ସଜରପଡା ଗାଁ ରେ। ସୂଚନା ଅନୁସାରେ ଗତ ୪/୫ ଦିନ ପୂର୍ବରୁ କୁଳ ସଜରପଡା ଗାଁ ର ରାଜେନ୍ଦ୍ର ପ୍ରସାଦ ବାରିକ କୁ ରାତି ଅଧରେ ସ୍ପେସାଲ୍ ସ୍କ୍ୱାର୍ଡ ତାଙ୍କ ଘରୁ ଉଠାଇ ନେଇ ଯାଇଥିଲା। ପରବର୍ତ୍ତୀ ସମୟରେ ଜଣା ପଡ଼ିଲା ଯେ ରାଜେନ୍ଦ୍ର ଏକ ଚୋରା ବନ୍ଧୁକ କାରବାର ରେ ସମ୍ପୃକ୍ତ ଥିଲେ। ଏବଂ ପରେ ପରେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରି ତନଖି ମଧ୍ୟ କରାଯାଇ ତାଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ସ୍ପେଶାଲ ସ୍କ୍ୱାର୍ଡ କାଳେ ପାଇଥିଲା। କିନ୍ତୁ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏବଂ ମାହାଙ୍ଗା ବିଧାୟକ ଙ୍କ ଖାସ୍ ଲୋକ ହୋଇଥିବାରୁ ସ୍ପେଶାଲ ସ୍କ୍ୱାର୍ଡ ହାତରୁ ମଧ୍ୟ ମୁକୁଳି ଯାଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏବଂ ଏହି ଘଟଣା ମଧ୍ୟ ସୋଶିଆଲ ମିଡିଆରେ ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଆମ କହିବା କଥା ଅପରାଧ ର  ସଠିକ୍ ପ୍ରମାଣିତ ହେବା ପରେ ମଧ୍ୟ ପୋଲିସ୍ କାହିଁକି ରାଜେନ୍ଦ୍ର ଓରଫ୍ ବୁଲୁ କୁ ଛାଡି ଦେଇଛି। ତେବେ ପୋଲିସ ଆଉ ମାଫିଆଙ୍କ ମଧ୍ୟରେ କି ପ୍ରକାର ମଧୁଚନ୍ଦ୍ରିକା ଅଛି ଯେ ପୋଲିସ୍ ଜାଣିଶୁଣି ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଛି। ସେପଟେ ଏ ବାବୁ ଙ୍କୁ ଦେଖି ବିଧାୟକ ଙ୍କ ସହିତ କେମିତି ପୋଜ ରେ ଛିଡ଼ାହୋଇ ଫୋଟୋ ଉଠାଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ପୋଲିସ୍ ବାବୁ କାହା ଚାପରେ ଏଭଳି ଅପରାଧୀ ମାନଙ୍କୁ ଛାଡ଼ି ଦେଉଛନ୍ତି।