(ଅନୁସ୍ୱୟା): ଆପଣ ସବୁବେଳେ ଭିନ୍ନ ଭିନ୍ନ ପ୍ରକାରର ସୁପ ପିଉଥିବେ । କିନ୍ତୁ ଆଜି ମେଥି ସୁପ ପ୍ରସ୍ତୁତ କରିବା ।
ଆବଶ୍ୟକ ସାମଗ୍ରୀ- ମେଥି ଦାନା, ଟମାଟୋ, ଲୁଣ, ଗୋଲମରିଚ ଗୁଣ୍ଡ, ଭଜା ଜିରା ଗୁଣ୍ଡ, ଲେମ୍ବୁ ରସ, ପୁଦିନା ପତ୍ର।
ପ୍ରସ୍ତୁତି ପ୍ରଣାଳୀ– ଏକ ପ୍ୟାନରେ ଦୁଇ କପ ପାଣି ଫୁଟାନ୍ତୁ। ଏବେ ଏଥିରେ ମେଥି ଦାନା ପକାନ୍ତୁ। ଏହାକୁ ୫ରୁ ୭ ମିନିଟ ପର୍ୟ୍ୟନ୍ତ ଫୁଟାନ୍ତୁ। ଏହା ଭଲ ଭାବେ ଫୁଟିଲେ ଏକ ପାତ୍ରକୁ ବାହାର କରନ୍ତୁ। ଏବେ ଗ୍ରାଇଣ୍ଡରରେ ଏହି ସିଝା ମେଥି ରଖନ୍ତୁ। ଏଥିରେ ୪ ଚାମଚ ପାଣି ଦେଇ ଗ୍ରାଇଣ୍ଡିଂ କରନ୍ତୁ। ଏହି ମେଥି ପେଷ୍ଟକୁ ଏକ ପାତ୍ରକୁ ବାହାର କରନ୍ତୁ। ଏହା ପରେ କଟା ଟମାଟୋକୁ ମଧ୍ୟ ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏକ କଡ଼େଇ ଗ୍ୟାସ୍ରେ ବସାଇ ମେଥି ଏବଂ ଟମାଟୋ ପେଷ୍ଟକୁ ଢାଳି ଫୁଟାନ୍ତୁ। ଏଥିସହିତ ଲୁଣ, ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, କଳା ଲୁଣ ପକାଇ କିଛି ସମୟ ସିଝାନ୍ତୁ। ପରେ ଲେମ୍ବୁ ରସ ଏବଂ ପୁଦିନା ପତ୍ର ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଗିନାକୁ ସୁପ୍ ବାହାର କରନ୍ତୁ। ଏହା ଉପରେ ପୁଦିନା ପତ୍ର ପକାଇ ଗରମ ଗରମ ପରଷନ୍ତୁ।