କିସ୍ ଛାତ୍ର ହତ୍ୟା ମାମଲା, କିମ୍‌ସ ଡାକ୍ତର ତଦନ୍ତ ପରିସରଭୁକ୍ତ ହେବେ

ଭୁବନେଶ୍ଵର: କିସ୍‌ ଛାତ୍ର ହତ୍ୟା ଘଟଣାକୁ ନେଇ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା । କିମ୍‌ସ ଡାକ୍ତର ତଦନ୍ତ ପରିସରଭୁକ୍ତ ହେବେ କହିଲେ OSCPCR ଅଧ୍ୟକ୍ଷା । ଚିକିତ୍ସା କଲେ, ମୃତଦେହ ହସ୍ତାନ୍ତର କଲେ, ପୋଷ୍ଟମର୍ଟମ କାହିଁକି କଲେନି । ଏହା ନିଶ୍ଚୟ ତଦନ୍ତ ସାପେକ୍ଷ, କିମ୍‌ସ ଡାକ୍ତର ତଦନ୍ତ ପରିସରଭୁକ୍ତ ହେବେ ବୋଲି କହିଛନ୍ତି OSCPCR ଅଧ୍ୟକ୍ଷା । କିସ୍‌ କର୍ତ୍ତୃପକ୍ଷ ଅବହେଳା କରିଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଭଳି ଘଟଣା ଯେଭଳି ଆଗକୁ ନ ଘଟିବ ସେଥିପାଇଁ କିସ୍ ସଜାଗ ରହୁ । ପୁଣି ଥରେ କିସ୍ ଭିଜିଟ୍ କରିବୁ, ପିଲାଙ୍କ ସୁରକ୍ଷା ଅନୁଧ୍ୟାନ କରିବୁ । ପିଲାଙ୍କ ସୁରକ୍ଷା, ଅଧିକାର, ଖାଦ୍ୟ, ରହଣି ସବୁର ଅନୁଧ୍ୟାନ କରିବୁ ବୋଲି କହିଛନ୍ତି OSCPCR ଅଧ୍ୟକ୍ଷା ।

କିସ୍‌ ଛାତ୍ର ହତ୍ୟା ଘଟଣାରେ OSCPCR ଅଧ୍ୟକ୍ଷା ବବିତା ପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯେଉଁ ଡାକ୍ତର ଭୁଲ ରିପୋର୍ଟ ଦେଇଥିଲେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଏବଂ ଆମେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଛୁ । ଘଟଣା ବାବଦରେ ସ୍ଥାନୀୟ ପୋଲିସକୁ କାହିଁକି ଜଣାଇଲେ ନାହିଁ ବୋଲି ବବିତା ପ୍ରଶ୍ନ କରିଛନ୍ତି । ବିନା ପୋଷ୍ଟମର୍ଟମରେ କିପରି ମୃତଦେହ ହସ୍ତାନ୍ତର କଲେ ଏବଂ ଇନ୍‌ଫୋସିଟି ଥାନା ପୋଲିସ କେମିତି ଜାଣି ପାରିଲା ନାହିଁ ବୋଲି ସେ କହିଛନ୍ତି ।କିସ୍‌ ଛାତ୍ର ଘଟଣାରେ ବିଚାରପତିଙ୍କ ଆଗରେ BNSS 183 ଅନୁସାରେ ପ୍ରତ୍ୟକ୍ଷଦର୍ଶୀ ଛାତ୍ରଙ୍କ ବୟାନ ରେକର୍ଡ କରାଯିବ । ଏହି ଘଟଣାରେ ସହକାରୀ CEOଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି । ଛାତ୍ରଙ୍କ ପରିବାର ପକ୍ଷରୁ ଘଟଣାରେ ନ୍ୟାୟ ଦାବି କରାଯାଇଛି । ନାବାଳକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ଲୋକ ।