ନୂଆଦିଲ୍ଲୀ: ଦିଲ୍ଲୀରେ ଘନ କୁହୁଡ଼ିର ପ୍ରଭାବରେ ବିମାନବନ୍ଦରରେ ୧୦୦ ବିମାନ ଉଡ଼ାଣ ବାତିଲ କରାଯାଇଛି । ଏହାରି ମଧ୍ୟରେ ଇଣ୍ଡିଗୋ, ସ୍ପାଇସ୍ ଜେଟ୍ ଏବଂ ଏୟାର ଇଣ୍ଡିଆ ପରାମର୍ଶ ଜାରି କରିଛନ୍ତି । ଏଥିସହ ୧୬ ଏବଂ ୧୭ ପ୍ରବଳ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଘନ କୁହୁଡ଼ି ହେବା ଫଳରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି କରୁଛି । ଦିଲ୍ଲୀରେ ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ କମ୍ ହୋଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦୦ ଟି ବିମାନ ବାତିଲ କରାଯାଇଛି । ୩୦୦ରୁ ଉର୍ଦ୍ଧ୍ବ ବିମାନ ବିଳମ୍ବରେ ଚାଲୁଥିବାର ସୂଚନା ମିଳୁଛି । ଆଜି ଭୁବନେଶ୍ବରରୁ ଦିଲ୍ଲୀ ଯିବାକୁ ଥିବା ୪ ଟି ବିମାନ ବିଳମ୍ବରେ ଚାଲୁଛି । ଏହି ସମୟରେ ବିମାନ ଉଡ଼ାଣ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି । ଏଥିସହିତ ଘରୁ ବାହାରିବା ପୂର୍ବରୁ ୱାଟସ୍ ଦେଖି ବାହାରିବାକୁ ପରାମର୍ଶ ଦିଆଯାଇଛି । ଘନ କୁହୁଡ଼ି ଯୋଗୁଁ ଅଧିକାଂଶ ଲୋକ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ବିପଦରେ ପଡୁଛି ।

ସୂଚନାନୁଯାୟୀ, ଦିଲ୍ଲୀରେ ପ୍ରବଳ କୁହୁଡ଼ି ଯୋଗୁଁ ଦୃଶ୍ୟମାନ କମ୍ ହୋଇଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୦୦ ଟି ବିମାନ ବାତିଲ କରାଯାଇଛି । ୩୦୦ରୁ ଉର୍ଦ୍ଧ୍ବ ବିମାନ ବିଳମ୍ବରେ ଚାଲୁଥିବାର ସୂଚନା ମିଳୁଛି । ଆଜି ଭୁବନେଶ୍ବରରୁ ଦିଲ୍ଲୀ ଯିବାକୁ ଥିବା ୪ ଟି ବିମାନ ବିଳମ୍ବରେ ଚାଲୁଛି । ଏହି ସମୟରେ ବିମାନ ଉଡ଼ାଣ କମ୍ପାନୀ ପକ୍ଷରୁ ଏକ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି । ଏଥିସହିତ ଘରୁ ବାହାରିବା ପୂର୍ବରୁ ୱାଟସ୍ ଦେଖି ବାହାରିବାକୁ ପରାମର୍ଶ ଦିଆଯାଇଛି । ଘନ କୁହୁଡ଼ି ଯୋଗୁଁ ଅଧିକାଂଶ ଲୋକ ମଧ୍ୟ ଦୁର୍ଘଟଣାର ଶିକାର ହେଉଛନ୍ତି । ଯେଉଁଥିରେ ଅନେକ ଲୋକଙ୍କ ଜୀବନ ବିପଦରେ ପଡୁଛି ।