ଅଜଣା ଗାଡ଼ି ଧକ୍କାରେ ଯୁବ ଯାତ୍ରା ହାସ୍ୟାଭିନେତା ଗୁରୁ ପୃଷ୍ଟି(୩୩)ଙ୍କ ମୃତ୍ୟୁ ଘଟିଛି । ରବିବାର ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଚିଙ୍ଗୁଡିପୁର ନିକଟରେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ଯାତ୍ରା ଜଗତର କଳାକାର ଓ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ କଳାକାର ଗୁରୁ ପୃଷ୍ଟି ରବିବାର ରାତି ପାଖାପାଖି ଆଠଟା ବେଳେ ନାଟକରେ ଅଭିନୟ କରିବା ପାଇଁ ଏକ ବାଇକ ଯୋଗେ ଭଦ୍ରକରୁ ଧାମନଗର ସେଣ୍ଡପୁରକୁ ଆସୁଥିବା ବେଳେ ଜାତୀୟ ରାଜପଥର ଚିଙ୍ଗିଡ଼ିପୁର କେନାଲ ଛକ ନିକଟରେ ପଛରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇ ଯାଇଥିଲା । ତାଙ୍କୁ ଗୁରୁତର ଭାବେ ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।