ଆବଶ୍ୟକ ପଡିଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ସ୍ଵାସ୍ଥ୍ୟମନ୍ତ୍ରୀ

ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଚେଷ୍ଟା କରିଛନ୍ତି। ଆଜି ଆଇଜିଏଚ୍‌ ମେଡିକାଲ୍‌ ଯାଇ ପୀଡିତାଙ୍କୁ ଭେଟିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ୍ ମହାଲିଙ୍ଗ। ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିଛନ୍ତି। ଏବଂ କହିଛନ୍ତି ପୀଡିତାଙ୍କ ଅବସ୍ଥା ଗୁରୁତର ରହିଛି , ଆବଶ୍ୟକ ପଡିଲେ ଭୁବନେଶ୍ଵର ଏମ୍ସ କିମ୍ବା ଦିଲ୍ଲୀକୁ ଏୟାରଲିଫ୍ଟ କରାଯିବ ।

SALAR NEWS

ସୂଚନା ଅନୁଯାୟୀ ରାଜଗାଙ୍ଗପୁର ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ସଂପୃକ୍ତ ଛାତ୍ରୀଜଣଙ୍କ ଗତକାଲି ଅପରାହ୍ନରେ ସେ କଲେଜରୁ ଘରକୁ ଗଲା ପରେ ଗାଁର ଜଣେ ଯୁବକ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ବିଳମ୍ବିତ ରାତିରେ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ଘର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଜଗାଙ୍ଗପୁର ଡାକ୍ତରଖାନା ଓ ପରେ ରାଉରକେଲା ଆଇଜିଏଚ୍‌ ମେଡିକାଲ୍‌କୁ ନେଇଥିଲେ ।

Bengaluru: Girl set afire by boyfriend, succumbs to burn injuries -  Oneindia News

ସୂଚନା ମିଳିଛି  ପୁରୁଷ ବନ୍ଧୁ ନୀଳେଶ ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲା । ଛାତ୍ରୀ ଜଣକ ମନା କରିବାରୁ ତାକୁ ମାନସିକ ନିର୍ଯାତନା ଦେଉଥିଲା । ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଦେହର ପ୍ରାୟ ୯୦ ପ୍ରତିଶତ ଜଳି ଯାଇଛି । ପୀଡ଼ିତା ଜଣେ ନାବାଳିକା ଓ ସେ ତା’ ପୁରୁଷ ବନ୍ଧୁର ‌ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଜୀବନ ହାରିବାକୁ ଉଦ୍ୟମ କରିଥିବା ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

A legal study on Dowry Deaths In India- ipleaders