ଶାଶୁ ଓ ଦେଢ଼ଶାଶୁ ଙ୍କ ନିର୍ଯ୍ୟାତନା ସହି ନପାରି ହାରିଲେ ଜୀବନ

ଅଧାରେ ରହିଗଲା ଦାମ୍ପତ୍ୟ ଜୀବନ। ଶାଶୁ ଓ ଦେଢ଼ଶାଶୁ ଙ୍କ ନିର୍ଯ୍ୟାତନା ସହି ନପାରି ଜୀବନ ହାରିଲେ ନବବିବାହିତା  ବଧୂ । ଅପରିଘାତଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପତିଗୁଡ଼ା ଗାଁ ରେ । ମୃତକଙ୍କ ନାମ ରୁବୀ ବିଶୀ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରୁବି ପତିଗୁଡ଼ା ଗାଁ ର ସତ୍ୟବାଦୀ ବିଶୀଙ୍କୁ ଗତ ୮ ମାସ ତଳେ ବିବାହ କରିଥିଲେ । ବିବାହର କିଛିଦିନ ପରଠାରୁ ରୁବିଙ୍କୁ ତାଙ୍କ ଶାଶୁ ଓ ଦେଢ଼ଶାଶୁ ତାଡନା ଦେଇଆସୁଥିଲେ । ଶେଷରେ ପ୍ରତିଦିନର ତାଡନା ସହି ନପାରି ଆତ୍ମହତ୍ୟା ଭଳି ଚରମ ପନ୍ଥା ଅପଣେଥିଲେ ରୁବି । ରୁବିଙ୍କ ମୃତ୍ୟୁ ପରେ ରୁବିଙ୍କ ବାପା ଘର ଲୋକେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି ।