ଭୁବନେଶ୍ଵର: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି । ମେଡିସିନ୍ ୱାର୍ଡରେ ଚିକିତ୍ସା ଚାଲିଥିବା କହିଲେ ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ । ଭେଣ୍ଟିଲେଟର ସପୋର୍ଟରୁ ବାହାରି ମେଡିସିନ୍ ୱାର୍ଡରେ ଚାଲିଛି ଚିକିତ୍ସା । କିଛି ଅଙ୍ଗପ୍ରତ୍ୟଙ୍ଗ ସାମାନ୍ୟ ଚଳପ୍ରଚଳ ସହ ଆଖି ଖୋଲୁଛନ୍ତି ଅଭିଜିତ୍ । ଲିଭର୍ ଜନିତ ସମସ୍ୟା ଯୋଗୁ ସେପ୍ଟେମ୍ୱର ୪ରୁ ଚିକିତ୍ସିତ ହେଉଛନ୍ତି ।

ତେବେ ସୁସ୍ଥ ହେଉଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । କିଛି ଦିନ ତଳେ ଭେଣ୍ଟିଲେଟର୍ରୁ ବାହାରକୁ ଆସିଥିଲେ ମେଲୋଡି କିଙ୍ଗ୍ । ପୂର୍ବରୁ ଅଭିଜିତଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଏବେ ସେଥିରେ ସୁଧାର ଆସିଛି । ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ ଶରୀରରେ ସୋଡିୟମ ଲେବୁଲ କମିଯିବାରୁ ତାଙ୍କୁ କିଛି ଦିନ ତଳେ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ଏକ ସପ୍ତାହ ଧରି ତାଙ୍କ ଚିକିତ୍ସା ଜାରି ରହିଥିଲା । ଏହାପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଛନ୍ତି ।