ଭତ୍ତା ଟଙ୍କା ପାଇଁ ଜନ୍ମକଲା ବାପାର ଜୀବନ ନେଲା ପୁଅ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଏ. ବରିଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜନ୍ମକଲା ବାପାକୁ ହତ୍ୟା କଲା ପୁଅ । ମୃତକ ଜଣକ ପଦ୍ମନାଭ ସାହୁ ହୋଇଥିବା ବେଳେ ତାଙ୍କ ମଝିଆ ପୁଅ ରମେଶଚନ୍ଦ୍ର ସାହୁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

May Begins with Fresh Murder in Bhandewadi After April's 14 Homicides

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଭତ୍ତା ଟଙ୍କା ଏବଂ ଦ୍ୱିତୀୟ ବିବାହ କରିବାକୁ କହି ବାପା ସହ କଳହ କରିଥିଲା ରମେଶ । ପରେ ତାହା ଉଗ୍ରରୂପ ନେବା ସହ ଛୁରୀ ଭୁସି ଓ ପିଟି ପିଟି ବାପା କୁ ହତ୍ୟା କରିଥିଲା ରମେଶ । ହତ୍ୟା ଘଟଣା ନେଇ ମୃତକ ଙ୍କ ବଡ ପୁଅ ଥାନା ଅଭିଯୋଗ କରିବା ପରେ ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟା କାରି ପୁଅ କୁ ଅଟକ ରଖିଛି । ଅନ୍ୟପଟେ ପୂର୍ବରୁ ବଡ ଭାଇ ଙ୍କୁ ମଧ୍ୟ ମାଡମାରି ରମେଶ ଗୁରୁତର କରିଥିବା ଅଭିଯୋଗ ହୋଇଛି ।