ନୂଆପଡ଼ା ଉପନିର୍ବାଚନ, ନବୀନ ଆଣିଲେ ବଡ ଅଭିଯୋଗ, ବିଜେପି କରୁଛି ଆଚରଣବିଧି ଉଲ୍ଲଙ୍ଘନ

Nuapada By-Election: ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହୋଇଥିବା ନେଇ ଅଭିଯୋଗ । ଏନେଇ ECIଙ୍କ ଦୃଷ୍ଟି ଆକର୍ଷଣ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା ଭାବେ କାର୍ଯ୍ୟକାରୀ କରିବାକୁ ଦାବି କଲେ ବିରୋଧି ଦଳ ନେତା । ନୂଆପଡ଼ା ବାହାରର ବିଜେପି ନେତା ଓ ମନ୍ତ୍ରୀମାନେ ଏବେ ବି ଜିଲ୍ଲାରେ ଘୁରି ବୁଲୁଛନ୍ତି । ବିଜେଡି କର୍ମୀ ବିରୋଧ କରିବାରୁ ଥାନାରେ ଅଟକ ରଖାଯାଉଛି ବୋଲି କହିଛନ୍ତି ନବୀନ । ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷପାତି ଭାବେ କାର୍ଯ୍ୟ କରୁଛି । ନିର୍ବାଚନର ବିଶ୍ୱସନୀୟତା ବଜାୟ ପାଇଁ ଆପଣ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ତେବେ ରାତି ପାହିଲେ ନୂଆପଡ଼ା ବିଧାନସଭା ଉପନିର୍ବାଚନ । ଏହା ପୂର୍ବରୁ ​​୪୮ ଘଣ୍ଟାର ନୀରବ ଅବଧି ମଧ୍ୟରେ ଗୁରୁତର ଉଲ୍ଲଂଘନ ହୋଇଥିବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।୪୮ ଘଣ୍ଟାର ନୀରବତା ଅବଧିକୁ କଡ଼ା କଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନବୀନ ECIଙ୍କ ନିକଟରେ ଦାବି କରିଛନ୍ତି । ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ ସାଇଲେଣ୍ଟ ପିରିୟଡ ଆରମ୍ଭ ହେବା ପରେ ଜିଲ୍ଲା ବାହାରର କୌଣସି ରାଜନେତା ଓ ପ୍ରଚାରକ ରହିପାରିବେ ନାହିଁ, କିନ୍ତୁ ନୂଆପଡ଼ା ବାହାରେ ବିଜେପି ନେତା ଏବଂ ମନ୍ତ୍ରୀମାନେ ଏବେ ବି ଘୁରି ବୁଲୁଛନ୍ତି । ଏହା ସହ ଭୋଟରକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ନବୀନ ଅଭିଯୋଗ ଆଣିଛନ୍ତି ।