ଜିହାଦୀଙ୍କ ହିଂସାରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ବନ୍ଧୁକଧାରୀମାନେ ୫ ଭାରତୀୟ ନାଗରିକଙ୍କୁ ଅପହରଣ କରିନେଇଛନ୍ତି

ନୂଆଦିଲ୍ଲୀ: ଜିହାଦୀଙ୍କ ହିଂସାରେ ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ରରେ ଏବେ ତୀବ୍ର ଉତ୍ତେଜନା ଲାଗି ରହିଥିବାବେଳେ ବନ୍ଧୁକଧାରୀମାନେ ୫ ଭାରତୀୟ ନାଗରିକଙ୍କୁ ଅପହରଣ କରିନେଇଛନ୍ତି। ପଶ୍ଚିମ ମାଲିର କୋବ୍ରି ନିକଟରେ କର୍ମଚାରୀଙ୍କୁ ଅପହରଣ କରାଯାଇଛି। ବିଦ୍ୟୁତ୍‌ ପ୍ରକଳ୍ପ ଉପରେ କାମ କରୁଥିବା ଏକ କମ୍ପାନି ଦ୍ବାରା ସେମାନଙ୍କୁ ନିୟୋଜନ କରାଯାଇଥିଲା। ଉକ୍ତ କମ୍ପାନିର ଜଣେ ପ୍ରତିନିଧି ସ୍ପଷ୍ଟ କରିଛନ୍ତି ଯେ ୫ ଭାରତୀୟଙ୍କୁ ଅପହରଣ କରଯାଇଛି। କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ସାମରିକ ଶାସନ ଚଳାଇଥିବା ମାଲିରେ ଏବେ ଅଲକାଏଦା ଏବଂ ଇସଲାମିକ ଷ୍ଟେଟ୍‌ ଗ୍ରୁପ୍‌ ସହ ଜଡ଼ିତ ଅପରାଧୀ ଗୋଷ୍ଠୀ ଏବଂ ଜିହାଦୀମାନେ ଉତ୍ତେଜନା ବୃଦ୍ଧି କରିଛନ୍ତି।