ନୂଆପଡା:- ସରିଲା ନୂଆପଡ଼ା ପ୍ରଚାର। ଅପରାହ୍ନ ୪ରୁ ସାଇଲେଣ୍ଟ ପିରିୟଡ ଆରମ୍ଭ ହୋଇଛି । ଏବେ ପୋଲିଂ ପାର୍ଟି ବୁଥ ମୁହାଁ ହେଉଛନ୍ତି । ମାଓ ପ୍ରବଣ ୮ଟି ସମ୍ବେଦନଶୀଳ ବୁଥକୁ ଆସନ୍ତାକାଲି ହେଲିକପଟର ଯୋଗେ ଯିବେ ପୋଲିଂ ପାର୍ଟି । ନୂଆପଡ଼ା ପ୍ରଚାର ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ସନ୍ଥ ଗୋପାଳନ ।

ନୂଆପଡା ଉପନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଉପନିର୍ବାଚନ ପାଇଁ ୧୪ ପ୍ଲାଟୁନ ସିଏପିଏଫ୍ ମୁତୟନ ରହିବେ । ଇନର କର୍ଡନରେ ସିଏପିଏଫ୍ ମୁତୟନ ରହିବେ । ବାହାରେ ସ୍ଥାନୀୟ ପୋଲିସ ମୁତୟନ ରହିବେ । ୧୦୦ରୁ ଉର୍ଦ୍ଧ୍ୱ ବୁଥ୍ରେ ସିଏପିଏଫ୍ ମୁତୟନ ହେବେ । ସମସ୍ତ ବୁଥ୍ରେ ସୁରକ୍ଷା ନେଇ ସୁବ୍ୟବସ୍ଥା କରାଯାଇଛି । ଆସନ୍ତା ନଭେମ୍ବର ୧୧ରେ ମତଦାନ ଅନୁଷ୍ଠିତ ହେବ ଏବଂ ୧୪ ନଭେମ୍ବରରେ ଫଳାଫଳ ପ୍ରକାଶ ପାଇବ ।