ଶୀତକାଳୀନ ଅଧିବେଶନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍‌ଜୁ ସୂଚନା ଦେଇଛନ୍ତି

ନୂଆଦିଲ୍ଲୀ:- ଡିସେମ୍ବର ୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧ରୁ ଆରମ୍ଭ ହୋଇ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଶୀତକାଳୀନ ଅଧିବେଶନ ପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜ୍‌ଜୁ ସୂଚନା ଦେଇଛନ୍ତି ।

Modi inaugurates controversial new parliament building in India | CNN

ସେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ପ୍ରସ୍ତାବିତ ଅଧିବେଶନ ତାରିଖକୁ ଅନୁମୋଦନ କରିଛନ୍ତି । ଚଳିତ ଅଧିବେଶରେ ବହୁ ଗରୁତ୍ବପୂର୍ଣ୍ଣ ବିଲ ଆସିବ । ଏକ ଗଠନମୂଳକ ଏବଂ ଫଳପ୍ରଦ ଅଧିବେଶନ ପାଇଁ ଅପେକ୍ଷା କରୁଛି ଯାହା ଆମର ଗଣତନ୍ତ୍ରକୁ ମଜବୁତ କରିବ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବ।