ଆମେରିକାର ଲୁଇସଭିଲରେ ଥିବା ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର କ୍ରାସ ହେଲା UPS କାର୍ଗୋ ବିମାନ

ନୂଆଦିଲ୍ଲୀ:- ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା । ଆମେରିକାର ଲୁଇସଭିଲରେ ଥିବା ମହମ୍ମଦ ଅଲି ଅନ୍ତର୍ଜାତୀୟ ବିମାନବନ୍ଦର କ୍ରାସ ହେଲା UPS କାର୍ଗୋ ବିମାନ । ଦୁର୍ଘଟଣାରେ ୭ ଜଣ ମୃତ୍ୟୁବରଣ କରିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ତେବେ ପ୍ଲେନରେ ପ୍ରାୟ ୨ ଲକ୍ଷ ୮୦ ହଜାର ପାଉଣ୍ଡ ଇନ୍ଧନ ଥିଲା । ଦୁର୍ଘଟଣା ପରେ ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

At least four dead and 11 injured after UPS plane crashes near a Kentucky  airport | Kentucky | The Guardian

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, UPS ଫ୍ଲାଇଟ୍ 2976 ଲୁଇସଭିଲ୍ ରୁ ହୋନୋଲୁଲୁର ଡାନିଏଲ୍ କେ. ଇନୋୟୁ ଆନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ବିମାନଟି ଉଡ଼ାଣ ପାଇଁ ରନୱେ ଛାଡି ମାତ୍ର ୧୭୫ ଫୁଟ ଉଚ୍ଚତାରେ ପହଞ୍ଚିଥିଲା ​​ଏବଂ ତା’ପରେ ଦ୍ରୁତ ଗତିରେ ତଳକୁ ଖସି ଯାଇଥିଲା। ଦୁର୍ଘଟଣା ପରେ ପ୍ଲେନଟି ଫର୍ନଭ୍ୟାଲି ରୋଡ୍ ଓ ଗ୍ରେଡ ଲେନରେ ଖସି ପଡିଥିଲା । ପରେ ବଡ଼ ବିସ୍ପୋରଣ ହୋଇଥିବା ବେଳେ କେଣ୍ଟୁକି ପେଟ୍ରୋଲିୟମ ରିସାଇକ୍ଲିଂ ଏବଂ ଗ୍ରେଡ୍ A ଅଟୋ ପାର୍ଟସ୍ ସମେତ ବିଭିନ୍ନ ଶିଳ୍ପ କାରଖାନାକୁ ନିଆଁ ବ୍ୟାପିଥିଲା । ଦୁର୍ଘଟଣାଟି ସ୍ଥାନୀୟ ସମୟ ପ୍ରାୟ ୫ଟା ୧୫ ମିନିଟରେ ଘଟିଥିଲା। ବିମାନରେ ତିନି ଜଣ କ୍ରୁ ସଦସ୍ୟ ଥିବା ବେଳେ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା।

Kentucky plane crash: UPS cargo jet crashes near Louisville airport,  leaving three dead and 11 injured | Video