ଯାଜପୁର : ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଓଡିଶାର ସବୁ ଜିଲ୍ଲାରେ ପାଳନ କରାଯାଉଛି, ଶିଶୁ ମହୋତ୍ସବ ସୁରଭି-2025 କାର୍ଯ୍ୟକ୍ରମ । ସୁକିନ୍ଦା ବ୍ଲକ ଦୁଧୁଜୋରୀ ପଂଚାୟତ ମଠଛକ ସ୍ଥିତ, ମହାମାୟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଙ୍ଗଳପୁର ଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ପ୍ରତିନିଧି ଶେଖର ମହାନ୍ତି ଓ ସୁକିନ୍ଦା BDO ପ୍ରଜ୍ଞା ପାରମିତା ପୃଷ୍ଟି ଉଦଘଟାନ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ସୁକିନ୍ଦା ବ୍ଲକ BEO ନାରାୟଣ ଦାସ, ମହାମାୟୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବାନନ୍ଦ ବୋଷ, ଆୟୋଜକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନମିତା ସାମଲ, ABEO ଗୋବର୍ଦ୍ଧନ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ । ପିଲାମାନେ ପାଠ ପଢା ସହିତ ନାଚଗୀତ, ବକୃତା, ଚିତ୍ରାଙ୍କନ, ଗପ ଓ କବିତା ଲେଖାରେ ବି ନିଜକୁ ପାରଙ୍ଗମ କରିବା ଉଚିତ ବୋଲି ପିଲାମାନଙ୍କୁ ଉପଦେଶ ଦେଇଥିଲେ । ପ୍ରୟ ଏଗାର ଟି ସ୍କୁଲରୁ ଆସିଥିବା ପିଲାମାନେ, ଏଠାରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପିଲାମାନେ ଦେଶଭକ୍ତି ଗୀତରେ ନୃତ୍ୟ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ପିଲାଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦିଆଯାଇଥିଲା ।
