ଭୁବନେଶ୍ଵର: ରାଜଧାନୀରେ ମୋନ୍ଥା ମୁକାବିଲା ପାଇଁ ପ୍ରସ୍ତୁତ ବିଏମ୍ସି । ବିଏମ୍ସିର ପ୍ରସ୍ତୁତି ନେଇ ମେୟର ସୁଲୋଚନା ଦାସଙ୍କ ସୂଚନା । ଭୁବନେଶ୍ବରରେ ୫୦ ଆଶ୍ରୟସ୍ଥଳ ସହ ସବୁ ସରକାରୀ ସ୍କୁଲ ପ୍ରସ୍ତୁତ ଅଛି । ଗଛ କାଟିବା ସହ ଜଳାର୍ଣ୍ଣବ ସ୍ଥିତିର ମୁକାବିଲା ପାଇଁ କର୍ମଚାରୀ ସଜାଗ । ଆପଦକାଳୀନ ସମୟରେ ୧୯୨୯ରେ କଲ୍ କରିବାକୁ ପରାମର୍ଶ । ସ୍ଥାନୀୟ କର୍ପୋରେଟରଙ୍କର ମଧ୍ୟ ସହଯୋଗ ନେଇପାରିବେ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ୍ ।

ଅନ୍ୟପଟେ ଓଡ଼ିଶାରେ ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଯାଇଥିବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ଭୀଷଣ ବାତ୍ୟା ହେବାକୁ ଥିବା ବେଳେ ଓଡ଼ିଶାରେ ପହଞ୍ଚିଲା ବେଳକୁ ଏହା ସମ୍ପୁର୍ଣ୍ଣ ଦୁର୍ବଳ ହୋଇସାରିଥିବ । ଦକ୍ଷିଣ ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ ବାତ୍ୟା । ଫଳରେ ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ାରେ ପ୍ରଭାବ ପଡ଼ିବ । କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରଭାବ ପଡ଼ିବ । ଓଡ଼ିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କିମି ପବନ ବହିବ । ୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।