ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଚାଲିଥିଲା ବଡ଼ ଧରଣର ନକଲି ନୋଟ ରାକେଟ୍ । ବିଭିନ୍ନ ସ୍ଥାନରେ ଚଢାଉ କରି ୪ଲକ୍ଷ ୧୫ଶହ ଟଙ୍କାର ନକଲି ନୋଟ୍ ଜବତ କରିବା ସହିତ ଏହି କାରବାରରେ ଲିପ୍ତ ୩ ଅଭିଯୁକ୍ତଙ୍କୁ ବିନିକା ପୋଲିସ ଗିରଫ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଅଭିଯୁକ୍ତଙ୍କ ଠାରୁ ପୋଲିସ ସର୍ବମୋଟ ୮୦୩ଟି ପାଞ୍ଚଶହ ଟଙ୍କିଆ ଜାଲ ନୋଟ ଜବତ କରିଥିବା ବେଳେ ଅଭିଯୁକ୍ତ ମାନଙ୍କ ନାମ ଜୟନାରାୟଣ ବସ୍ତିଆ, ଅଭିଷେକ ହୋତା ଏବଂ ଅଶୋକ ନାଏକ ହୋଇଥିବା ସୂଚାନ । ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଜାଲ ନୋଟ କାରବାରର ଚେର ପଡ଼ୋଶୀ ବରଗଡ଼ ଜିଲାକୁ ମଧ୍ୟ ଲମ୍ବିଥିବା ନେଇ ପୋଲିସ ସନ୍ଦେହ କରି ତଦନ୍ତ ଜାରି ରଖିଛି ।