ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା ଡିଏ ବଢିବାକୁ ଯାଉଛି

ଭୁବନେଶ୍ବର: ଓଡିଶାର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଦୀପାବଳି ଉପହାର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ପେନସନ ଭୋଗୀଙ୍କ ଟିଆଇରେ ହେଲା ବୃଦ୍ଧି । ଦୀପାବଳି ଅବସରରେ ଏହି ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଓଡିଶାର ସରକାରୀ କର୍ମଚାରୀଙ୍କୁ ମିଳିବାକୁ ଯାଉଛି ଦୀପାବଳି ଅବସରରେ ବଡ଼ ଉପହାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ କରିଛନ୍ତି ଘୋଷଣା । ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା ଡିଏ ବଢିବାକୁ ଯାଉଛି । ଏହା ସହିତ ପେନସନ ଭୋଗୀଙ୍କ ଟିଆଇରେ ମଧ୍ୟ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ଘୋଷଣା ହୋଇଛି । ସମୁଦାୟ ମହଙ୍ଗା ଭତ୍ତା ବର୍ତ୍ତମାନ ୫୫ରୁ ୫୮ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ପେନସନ ଭୋଗୀଙ୍କ ଟିଆଇରେ ମଧ୍ୟ ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ନଗଦ ଆକାରରେ ମିଳିବ ।