ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ଆଶାୟୀ ପ୍ରାର୍ଥୀଙ୍କୁ ନବୀନ ନିବାସରୁ ଡାକରା

ଭୁବନେଶ୍ୱର:- ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ଆଶାୟୀ ପ୍ରାର୍ଥୀଙ୍କୁ ନବୀନ ନିବାସ ଡାକରା । ନିର୍ବାଚନ ଲଢେଇ ପାଇଁ ଆଜି ଉଭୟ କଂଗ୍ରେସ ଆଉ ବିଜେପି ପ୍ରାର୍ଥୀ ଘୋଷଣା କରିଛନ୍ତି । କିନ୍ତୁ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୂଡ଼ାନ୍ତ କରିନାହିଁ । ମଙ୍ଗଳବାର ୩ ଜଣଙ୍କ ନାଁ ସର୍ଟ ଲିଷ୍ଟ କରାଯାଇଥିବା ବେଳେ ବୁଧବାର ନବୀନ ନିବାସରେ ଟିକେଟ୍ କସରତ ଚାଲିଛି । ବୁଧବାର ନବୀନ ନିବାସରେ ପହଞ୍ଚଛନ୍ତି ବିଜେଡିର ବହୁ ବରିଷ୍ଠ ନେତା। ବବି ଦାସ, ସ୍ନେହାଙ୍ଗୀନୀ ଛୁରିଆ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି। ନୂଆପଡା ପାଇଁ ଟିକେଟ୍‌ ଆଶାୟୀ ମନୋଜ ମିଶ୍ର ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି। ଏହା ସହ ଆଉ ୨ ଆଶାୟୀ ଭାନୁପ୍ରତାପ ସିଂ ମାଝୀ ଓ ଅବନୀ ଯୋଶୀଙ୍କୁ ବି ଡକରା ହୋଇଛି। ସମସ୍ତଙ୍କ ସହ ଆଲୋଚନା ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ସୂଚନା ରହିଛି।

ସୂଚନାନୁସାରେ,ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ୩ ଆଶାୟୀ ହେଉଛନ୍ତି ଅବନୀ ଯୋଶୀ, ମନୋଜ ମିଶ୍ର ଓ ଭାନୁପ୍ରତାପ ସିଂ ମାଝୀ ଅବନୀ ଯୋଶୀ ଦୀର୍ଘ ୨୫ ବର୍ଷ ହେବ ବିଜେଡି ଦଳରେ ସକ୍ରିୟ ଅଛନ୍ତି । ସେ ଦୁଇଥର ଜିଲ୍ଲା ପରିଷଦ ସଭ୍ୟ ଭାବରେ ମଧ୍ୟ ବିଜେଡିରୁ ବିଜୟୀ ହୋଇଛନ୍ତି । ବର୍ତ୍ତମାନ ସେ ବିଜେଡି ଜିଲ୍ଲା ସଭାପତି ଅଛନ୍ତି ।

ସେହିଭଳି ପୂର୍ବରୁ କୋମନା ବ୍ଲକ୍ ଅଧ୍ୟକ୍ଷ ମନୋଜ ମିଶ୍ର ପୂର୍ବରୁ ବିଜେଡି ଜିଲ୍ଲା ସଭାପତି ରହିଥିଲେ । ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ଦଳ ପାଇଁ କାମ କରି ଆସୁଛନ୍ତି । ୨୦୨୪ ନିର୍ବାଚନରେ ଜିଲ୍ଲା ସଭାପତି ନୂଆପଡ଼ା NAC ଅଧ୍ୟକ୍ଷ ପଦ ପାଇଥିଲେ ।  ସେହିଭଳି ଭାନୁପ୍ରତାପ ସିଂ ମାଝୀ ତିନି ଥର ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ଦୁଇ ଥର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରହିଥିଲେ ।