ଏଣିକି ରାସନକାର୍ଡ ହିତାଧିକାରୀଙ୍କୁ ୫ କିଲୋ ଜାଗାରେ ମିଳିପାରେ ୧୦ କିଲୋ ଚାଉଳ

ଭୁବନେଶ୍ଵର:- ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ମୁଣ୍ଡ ପିଛା ଚାଉଳ ପରିମାଣ ବଢ଼ାଇବେ ରାଜ୍ୟ ସରକାର। ଏଣିକି ରାସନକାର୍ଡ ହିତାଧିକାରୀଙ୍କୁ ୫ କିଲୋ ଜାଗାରେ ମିଳିପାରେ ୧୦ କିଲୋ ଚାଉଳ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ତେବେ ସେ କହିଛନ୍ତି, ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି, ଚିନ୍ତା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବିତ ଫାଇଲ ଯିବା ପରେ ସେ ନିଷ୍ପତି ନେବେ । ରାସନ କାର୍ଡରେ ଥିବା ପ୍ରାୟ ୩ କୋଟି ୨୫ ଲକ୍ଷ ହିତାଧିକାରୀଙ୍କୁ ଅଧିକ ଚାଉଳ ଦେବାକୁ ଚିନ୍ତା କରାଯାଉଛି । ଆମେ ଚାହୁଁଛୁ ଗରିବ ଲୋକମାନେ ଅଧିକ ଚାଉଳ ପାଆନ୍ତୁ । ରାଜ୍ୟ ସରକାର ନିଜସ୍ବ ଖର୍ଚ୍ଚରେ ଚାଉଳ ଦେବାକୁ ଚିନ୍ତା କରୁଛନ୍ତି ବୋଲି କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ।