ଭାଲୁ ଆକ୍ରମଣରୁ ଗାଈଙ୍କୁ ରକ୍ଷା କରିବାକୁ ଯାଇ ନିଜେ ହେଲେ ଆକ୍ରମଣର ଶିକାର

ଭାଲୁ ଆକ୍ରମଣରେ ଦୁଇ ଗୁରୁତ୍ୱର । ଗୁରୁତ୍ୱର ବ୍ୟକ୍ତି ହେଲେ କନୂଆଗାଁ ବ୍ଳକ ପିରିଗଡ ଗ୍ରାମର ପର୍ଶୁରାମ ପ୍ରଧାନ ଓ ଲିଟୁ ପ୍ରଧାନ । ଭୋର ସକାଳ ସମୟରେ ଭାଲୁଟି ଗାଇ ଗୁହାଳ ଭିତରେ ପଶି ଗାଇ ମାନଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲା । ଗାଇଙ୍କ ଗର୍ଜନ ଶୁଣି ଦୁହେଁ ଗୁହାଳକୁ ପ୍ରବେଶ କରି ଭାଲୁକୁ ଘୋଡେଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ଆହତ ଦୁଇ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରି କନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । କିନ୍ତୁ ଦୁହେଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି  ।