ଦୂର୍ଗା ପୂଜାରେ ଅଘଟଣ, ପୋଖରୀରେ ଗାଧୋଇବା ବେଳେ ଛାତ୍ର ନିଖୋଜ

ଦୂର୍ଗା ପୂଜାରେ ଅଘଟଣ ପୋଖରୀରେ ଗାଧୋଇବା ବେଳେ ଆଦର୍ଶ ବିଦ୍ୟାଳୟର ଛାତ୍ର ନିଖୋଜ । ଛାତ୍ର ଜଣଙ୍କ ଘର ହାଟଡିହି ବ୍ଲକ ଶାଳନିଆଁ ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ବୋଲି ଜଣା ପଡ଼ିଛି । ସେ ହାଟଡିହିର ଏକ ଘରୋଇ ହଷ୍ଟେଲରେ ରହି ପାଠ ପଢୁଥିବା ବେଳେ ନିକଟସ୍ଥ ପୋଖରୀକୁ ତିନି ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ନିଖୋଜ ଥିବା ଜଣାପଡିଛି ।ହାଟଡିହି ଦମକଳ ବାହିନୀ ଦ୍ଵାରା ଖୋଜା ଖୋଜି ପରେ ଉଦ୍ଧାର ଛାତ୍ରଙ୍କୁ ସଙ୍ଗେ ସଙ୍ଗେ ହାଟଡିହି ମେଡ଼ିକାଲ ଓ ପରେପରେ ଦମକଳ ଗାଡ଼ି ଦ୍ଵାରା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ସୂଚନା ଅନୁଯାୟୀ ପିଲାଟି ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣା ପଡିଛି ।