ପୋଲସରା ପାଇଁ ଗୌରବ ଆଣିଲେ ସୋନାଲି ଓ ସଚ୍ଚିଦାନନ୍ଦ

ପୋଲସରା ପାଇଁ ଗୌରବ ଆଣିଲେ ସୋନାଲି ଜେନା ଓ ସଚ୍ଚିଦାନନ୍ଦ ପୃଷ୍ଟି | ଓଡିଶା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ପୋଲସରା ବ୍ଲକ୍ ର ଭାବରଡ଼ା ଗ୍ରାମର ଅବସରପ୍ରାପ୍ତ ସହ ନିର୍ବହୀ ଯନ୍ତ୍ରୀ ବିଶ୍ଵନାଥ ଜେନା, ମାତା ସଂଯୁକ୍ତା ଜେନା ଙ୍କ ସୂପୁତ୍ରି ଶ୍ରୀମତୀ ସୋନାଲି ଜେନା ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ OAS ପରୀକ୍ଷା ରେ ୧୬୯ ରେଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ସେହିପରି ପୋଲସରା ଜଗନ୍ନାଥ ସାହିର ସଚ୍ଚିଦାନନ୍ଦ ପୃଷ୍ଟି ୧୯୮ ରେଙ୍କ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସଚ୍ଚିଦାନନ୍ଦ ହେଉଛନ୍ତି ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସୂର୍ଯ୍ୟ ନାରାୟଣ ପୃଷ୍ଟି ପୁଅ। ସେ ଗତ ତିନି ବର୍ଷ ହେଲା ଖାଦ୍ୟ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା। ଏଥି ସହିତ ଓଏସ ପାଇଁ ପ୍ରସ୍ତୁତି ହେଉଥିଲେ। ତାଙ୍କର ଏହି ସଫଳତା ପାଇଁ ତାଙ୍କ ବାପା ସୂର୍ଯ୍ୟ ନାରାୟଣ ଓ ବୋଉ ମମତା ପୃଷ୍ଟି ଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଛି ବୋଲି କହିଛନ୍ତି।ସୋନାଲି ଓ ସଚ୍ଚିଦାନନ୍ଦ ଓଏସ ପାଇଛନ୍ତି ବୋଲି ଜଣାପଡିବା ପରେ ବିଭିନ୍ନ ବ୍ୟକ୍ତି ବିଶେଷ ଉଭୟ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।