ପୌର ପରିଷଦ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆସିକା ସାଂସଦଙ୍କ ପ୍ରତିନିଧି ଶିଶିର ମିଶ୍ର ଯୋଗଦେଇଥିଲେ। ଗୁରୁବାର ସକାଳେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି, ପୌର କର୍ମଚାରୀ, ଗାୟତ୍ରୀ କମ୍ପ୍ୟୁଟର କଲେଜର ଶିକ୍ଷାର୍ଥୀ ଓ ବହୁ ବୁଦ୍ଧିଜୀବୀ ପୌର କାର୍ଯ୍ୟାଳୟ ପରିସରରୁ ଏକ ରାଲିରେ ବାହାରିଥିଲେ। ସ୍ବଚ୍ଛତା ସମ୍ବନ୍ଧୀୟ ପ୍ଳା-କାର୍ଡ ଧରିବା ସହ ସ୍ଳୋଗାନ ଦେଇ ନଗର ପରିକ୍ରମା କରିବା ସହ ଜନସଚେତନତା ସୃଷ୍ଟି କରିଥିଲେ। ପରେ ସ୍ଥାନୀୟ ପୌରାଞ୍ଚଳ ଘୋଡାହାଡ ନଦୀ ନିକଟସ୍ଥ ଅଞ୍ଚଳର ଏକ ଆବର୍ଜନା ସ୍ଥାନକୁ ଉପସ୍ଥିତ ବ୍ୟକ୍ତି ବିଶେଷ ଶ୍ରମଦାନ କରିବା ସହ ସଫା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ପ୍ରଦୀପ କୁମାର ପଣ୍ଡା, ଘୁମୁସର ଜିଲ୍ଲା ବିଜେପି ଉପସଭାପତି ମାଧବ ଗୌଡ, ନଗର ବିଜେପି ସଭାପତି ସୁଧାଂଶୁ ସାବତ, ସନ୍ତୋଷ ପାଣିଗ୍ରାହୀ,ଗାୟତ୍ରୀ କମ୍ପ୍ୟୁଟର କଲେଜ୍ ପରିଚାଳନା ନିର୍ଦ୍ଦେଶକ ସସ୍ମିତା ପଟ୍ଟନାୟକ, ଅଧ୍ୟକ୍ଷ ଅଶୋକ କୁମାର ସାହୁଙ୍କ ସମେତ ବହୁ କାଉନସିଲର ଓ ସହରର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପୌର ଯନ୍ତ୍ରୀ ମୁକେଶ ନାୟକ ପରିଚାଳନା କରିଥିଲେ । , ସୁବ୍ରତ ମହାପାତ୍ର, ପ୍ରମୋଦ ସାହୁ, ପ୍ରମୁଖ ସହଯୋଗ କରିଥିଲେ।‌