ଷଷ୍ଠ ପର୍ଯ୍ୟାୟରେ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ସୁଶ୍ରୀ ତୃପ୍ତିମୟୀ ଜେନାଙ୍କ ତତ୍ତ୍ଵବଧାନରେ  ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ରେଶକ୍ରମେ  ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସମସ୍ତ ପଞ୍ଚାୟତରେ ଏହି ମିଳିତ ଜନ ଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଥିବା ବେଳେ ଆଉ କିଛି ପଞ୍ଚାୟତରେ ତାହା ଆଗକୁ ହେବାକୁ ଯାଉଛି। ଆଜି ଷଷ୍ଠ ପର୍ଯ୍ୟରେ ଶେରଗଡ଼ ବ୍ଲକ୍ ଗୋବିନ୍ଦପୁର ପଞ୍ଚାୟତରେ ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଆୟୋଜିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଶେରଗଡ଼ ତହସିଲଦାର ଶ୍ରୀ ତ୍ରିଦେଭ ରଥ,ବ୍ଳକ ଅଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ,ଥାନା ଅଧିକାରୀ ଶ୍ରୀ ବୀରେନ୍ଦ୍ର ସିଆଳ, ସରପଞ୍ଚ ଶ୍ରୀମତୀ କୁନି ସ୍ବାଇଁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରୀ ଶ୍ରୀ ବିଜୟ କୁମାର ଗୌଡ ପ୍ରମୁଖଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ  ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସମସ୍ୟା ଏବଂ ଅଭିଯୋଗକୁ ନେଇ ବିଚାର  କରାଯାଇଥିଲା ।