ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ 23 ତାରିଖ ଜାତୀୟ ଆୟୁର୍ବେଦ ଦିବସ ଅବ୍ୟବହିତ ପୂର୍ବରୁ ଆୟୁର୍ବେଦର ସଫଳତା ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଆମେ ବାସକରୁଥିବା ପରିବେଶରୁ ଚେର ମୂଳ ସଂଗ୍ରହ ହୁଏ ଏଣୁ ଆମ ଶରୀର ପାଇଁ ପ୍ରତିକ୍ରିୟା ହୁଏନାହିଁ, ଶସ୍ତା, ସଦ୍ୟ ପ୍ରସ୍ତୁତ, ସବୁଠି ସୁଲଭ। ଆୟୁର୍ବେଦରେ ଅଛି ଯୋଗ, ଆସନ, ସଦାଚାର ଶିକ୍ଷ୍ୟା, ଦିନଚର୍ଯ୍ୟା ଓ ଆମ ଭାରତର ଚିକିତ୍ସା ବିଜ୍ଞାନ। ଆୟୁର୍ବେଦ ଚିକିତ୍ସା ହୋଇ ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ ।