ନିଶା ମୁକ୍ତ ଭାରତ ଗଠନ ପାଇଁ ଗଣ ଦୌଡ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ରୟାଲ ପଡିଆ ଠାରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ପାଞ୍ଚଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସେବାପକ୍ଷ ପାଳନ ଉପଲକ୍ଷେ ନିଶା ମୁକ୍ତ ଭାରତ ଗଠନ ପାଇଁ ଏକ ମାରାଥନ ବା ଗଣ ଦୌଡ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଅଞ୍ଜଳିନା ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଅର୍ଜୁନ ମାଝୀଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ  ଥିଲେ । ଏହି ଯୁବ ମାରାଥନ ବା ଗଣ ଦୌଡ କୁ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ ଦ୍ୱୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଯୁବ ଗଣ ଦୌଡ ସୋନପୁର ସହରସ୍ଥିତ ରୟାଲ ପଡ଼ିଆରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, ନଳିନୀ ଛକ ଦେଇ ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ପ୍ରାଙ୍ଗଣ ବା ପଡିଆ ଠାରେ ପହଞ୍ଚିଥିଲା । ସେଠାରେ ଗଣ ଦୌଡ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପିଇବା ଓ ଜଳଖିଆ ପ୍ରଦାନ କରାଯିବ ପରେ ଏହି ମାରାଥନ ବା ଗଣ ଦୌଡକୁ ସମାପ୍ତ ଘୋଷଣା କରାଯାଇଥିଲା ।