ବିକଶିତ ଭାରତ -୨୦୪୭ ବିଷୟକୁ ଆଧାର କରି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ତଥା ଏକଦିବସୀୟ କର୍ମଶାଳା ଆୟୋଜନ

ସୁବର୍ଣ୍ଣପୁର:- ସେବାପର୍ବ ପାଳନ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନରେ ତା.୨୦.୦୯.୨୫ ରିଖରେ ବିକଶିତ ଭାରତ -୨୦୪୭ ବିଷୟକୁ ଆଧାର କରି ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ତଥା ଏକଦିବସୀୟ କର୍ମଶାଳା ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ ଉପସ୍ଥିତ ହୋଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଯମୁନା ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ ସହ ପ୍ରତିଯୋଗିତା ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସିଆରସିସି ଶ୍ରୀଯୁକ୍ତ ବ୍ରତାନନ୍ଦ ଭୋଇ ସଭା ସଂଯୋଜନା କରିଥିଲେ । ବିଚାରକ ଭାବରେ ଡ. ମୀନକେତନ କୁମ୍ଭାର, ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ମେହେର, ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମେହେର ଯୋଗଦେଇଥିଲେ । ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୩ଟି ବର୍ଗରେ ଆୟୋଜିତ ହୋଇଥିଲା- ୧) ପେଶାଦାର /ବୃତ୍ତିଗତ କଳାକାର ୨)ମହାବିଦ୍ୟାଳୟର ଛାତ୍ର/ଛାତ୍ରୀ ୩) ବିଦ୍ୟାଳୟର ଛାତ୍ରଛାତ୍ରୀ ।

ବିଦ୍ୟାଳୟ ବର୍ଗରେ ବେଣୁପାଣି ମାଝୀ ପ୍ରଥମ, ହରିଶ୍ଚନ୍ଦ୍ର ପାତ୍ର ଦ୍ଵିତୀୟ, ଅରିନ୍ଦମ ସାହୁ, ତୃତୀୟ ସ୍ଥାନ ଅଧିକାର କରିଥିଲେ ।ମହାବିଦ୍ୟାଳୟ ବର୍ଗରେ ରାଜକୁମାର ଭରାସାଗର ପ୍ରଥମ, ମନୋରଞ୍ଜନ ସାହୁ ଦ୍ଵିତୀୟ, ଅଂଶୁମାନ ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ । ବୃତ୍ତିଗତ ବର୍ଗରେ ବାବୁଲାଲ ମେହେର ପ୍ରଥମ, ପ୍ରଭାସ ମେହେର ଦ୍ଵିତୀୟ, ବିନୋଦ ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ଜିଲ୍ଲାସ୍ତରରେ ପ୍ରତ୍ୟକ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଚିତ୍ରକାରଙ୍କ ଚିତ୍ରାଙ୍କନକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗକୁ ପଠାଯିବ ।