ନୂଆ କରି ଚୟନ କରାଯାଇଥିବା ୭ଟି ବିଭାଗର ୧ ହଜାର ୬୮୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର:- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିବେ ନିଯୁକ୍ତି ପତ୍ର । ନୂଆ କରି ଚୟନ କରାଯାଇଥିବା ୭ଟି ବିଭାଗର ୧ ହଜାର ୬୮୬ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ୩୪, ଅର୍ଥ ବିଭାଗର ୬୧, ଜଳସମ୍ପଦ ବିଭାଗର ୪୧୩, ଆଇନ ବିଭାଗର ୩୭, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ୨୩, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ୯୮୨ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ୧୩୬ ଜଣଙ୍କୁ ମିଳିବ ନିଯୁକ୍ତି ପତ୍ର । ସେପଟେ ୨୭ ଟି ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଯାହା ୫୧ହଜାର ୮୨୬ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଆଜି ଓୟୁଏଟି କୃଷି ଶିକ୍ଷା ସଦନରେ ଅନୁଷ୍ଠିତ ହେବାକୁ ଥିବା ଶିଳ୍ପ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ଯୋଗ ଦେବେ । ଏହି ଶିଳ୍ପ ପ୍ରକଳ୍ପଗୁଡ଼ିକ ରାଜ୍ୟର ୧୨ଟି ଜିଲ୍ଲାରେ ପ୍ରତିଷ୍ଠା ହେବ । ଝାରସୁଗୁଡ଼ା, ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ଅନୁଗୁଳ, ସୁନ୍ଦରଗଡ଼, ଭଦ୍ରକ, ପୁରୀ, କଟକ ଏବଂ ସମ୍ବଲପୁର ଜିଲ୍ଲାରେ ସ୍ଥାପନ ହେବ ।