ଝାଡ଼ଖଣ୍ଡ ଲାତେହାରରେ ୯ ସକ୍ରିୟ ନକ୍ସଲଙ୍କ ଆତ୍ମସମର୍ପଣ

ରାଞ୍ଚି: ଝାଡ଼ଖଣ୍ଡ ଲାତେହାରରେ ୯ ସକ୍ରିୟ ନକ୍ସଲଙ୍କ ଆତ୍ମସମର୍ପଣ । ଏସପି କାର୍ଯ୍ୟଳୟରେ CRPF, ଓ ପୋଲିସ୍ ଉପସ୍ଥିତରେ ଆତ୍ମସମର୍ପଣ । ଆତ୍ମସମର୍ପଣ କରିଥିବା ୯ ନକ୍ସଲ JJMP ସଂଗଠନର । ତାଙ୍କପାଖରୁ  ୧୨ ବନ୍ଧୁକ, ୫ AK ରାଇଫଲ୍, ୩ SLR, ୧୭୦୦ରୁ ଅଧିକ ଗୁଳି ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଝାଡ଼ଖଣ୍ଡ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ନୀତିରେ ପ୍ରଭାବିତ ହୋଇ, ସୋମବାର ଲାତେହାର ଜିଲ୍ଲାରେ ନିଷିଦ୍ଧ ଉଗ୍ରବାଦୀ ସଂଗଠନ ଝାଡ଼ଖଣ୍ଡ ଜନମୁକ୍ତି ପରିଷଦ (JJMP)ର ୯ ଜଣ ମାଓବାଦୀ ୧୨ଟି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ପାଞ୍ଚ ଜଣଙ୍କ ଉପରେ ୨୦ ଲକ୍ଷରୁ ଅଧିକ ପୁରସ୍କାର ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ ସମୟରେ ଝାଡ଼ଖଣ୍ଡ ପୋଲିସ ଏବଂ CRPFର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।