ତୁରନ୍ତ ଛାଡ ହଷ୍ଟେଲ ରୁମ୍: ଅଣଛାତ୍ରଙ୍କୁ ବିଶ୍ଵବିଦ୍ୟାଳୟର ନାଲିଆଖି

ଭୁବନେଶ୍ଵର: ବାଣୀ ବିହାରରେ ଅନଧିକୃତ ଭାବେ ହଷ୍ଟେଲ୍‌ରେ ରହୁଥିଲେ ଛାଡ଼ିବାକୁ ନିର୍ଦ୍ଦେଶ । ଜେଣ୍ଟସ୍‌ ହଷ୍ଟେଲ ୧, ୨ ଓ ୩ ସେପ୍ଟେମ୍ବର ୪ ସୁଦ୍ଧା ଖାଲି ପାଇଁ ନିର୍ଦ୍ଦେଶ । ନିଜର ସମସ୍ତ ଆସବାବପତ୍ର ନେଇ ଚାଲିଯିବାକୁ ୱାର୍ଡନଙ୍କ କଡ଼ା ନର୍ଦ୍ଦେଶ । ହଷ୍ଟେଲ ୧, ୨ ଓ ୩ ପଞ୍ଜୀକୃତ ଛାତ୍ରମାନଙ୍କୁ ପ୍ରଦାନ କରାଯିବ । ପଞ୍ଜୀକୃତ ଛାତ୍ରମାନେ ଯଦି ଅଣଛାତ୍ରଙ୍କୁ ରଖନ୍ତି ତାହେଲେ ତାଙ୍କ ଉପରେ କଡା କାର୍ଯ୍ୟାନଷ୍ଠାନ ନିଆଯିବ ।

ତେବେ ଭଲରେ ଭଲରେ ହଷ୍ଟେଲ୍‌ ନ ଛାଡ଼ିବେ ସେମାନଙ୍କ ଜିନିଷପତ୍ର ସବୁ କ୍ୟାମ୍ପସ୍‌ ବାହାରକୁ ଫୋପାଡ଼ି ଦିଆଯିବ କହି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ଚେତାବନୀ ଦେଇଛନ୍ତି । ଏଥିସହ ପଞ୍ଜିକୃତ ହୋଇଥିବା ଛାତ୍ର ଯଦି ରୁମକୁ କାହାକୁ ଭଡ଼ା ଦେବା ନେଇ ଜଣାପଡ଼େ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ । ଏପରିକି ବିଶ୍ବବିଦ୍ୟାଳୟର ଷ୍ଟୁଡେଣ୍ଟସିପ୍‌ ବାତିଲ କରାଯିବ । ଛାତ୍ରାବାସ ୧, ୨ ଓ ୩ରେ ପ୍ରାୟ ୧୪୪ଟି ରୁମ୍‌ ଅଣଛାତ୍ରଙ୍କ କବ୍‌ଜାରେ ରହିଛି । ତେଣୁ ଯେଉଁମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ହଷ୍ଟେଲ୍‌ ରୁମ୍‌ ମାଡ଼ି ବସିଛନ୍ତି ସେମାନେ ସେପ୍ଟେମ୍ବର ୪ ସୁଦ୍ଧା ଛାଡ଼ି ଚାଲିଯାଆନ୍ତୁ ସିଧାସଳଖ ଚେତାବନୀ ଦେଇଛନ୍ତି ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ ।