ମାଲକାନଗିରି: ଛତିଶଗଡ଼ ପୋଲିସକୁ ବଡ଼ ଧରଣର ସଫଳତା । ବିଜାପୁରରେ ୩୦ ମାଓବାଦୀଙ୍କ ଆତ୍ମସମର୍ପଣ । ୩୦ ଜଣଙ୍କ ମଧ୍ୟରେ ୯ ମହିଳା ଓ ୨୦ କ୍ୟାଡର ମାଓବାଦୀ ଥିବା ନେଇ ସୂଚନା ମିଳିଛି । ଏମାନଙ୍କ ମୁଣ୍ଡ ଉପରେ ଥିଲା ୭୯ ଲକ୍ଷ ଟଙ୍କାର ପୁରସ୍କାର ରାଶି । ତେବେ ବିଜାପୁରରେ ଚଳିତ ବର୍ଷ ଆତ୍ମସମର୍ପଣ କଲେଣି ୩୦୭ ମାଓବାଦୀ ।

ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ନିୟମିତ ଭାବେ ମାଓ ବିରୋଧୀ ଅପରେସନ ଚାଲିଛି । ଏହିକ୍ରମରେ ଲାଲ୍ ସଂଗଠନର ୩୦ ଜଣ ମାଓବାଦୀ ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ କିଛି DVCM, ACM ଓ PLGA ସଦସ୍ୟ ରହିଛନ୍ତି । ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ପଦକ୍ଷେପ ନେଇଛନ୍ତି ଏମାନେ । ଏହାପରେ ସେମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି କହିଛନ୍ତି ବିଜାପୁର ଏସପି ।