ଆଇନ୍‌ରେ ପରିଣତ ହେଲା ଅନ୍‌ଲାଇନ୍ ଗେମିଂ ବିଲ୍‌- ୨୦୨୫

ନୂଆଦିଲ୍ଲୀ: ଆଇନ୍‌ରେ ପରିଣତ ହେଲା ଅନ୍‌ଲାଇନ୍ ଗେମିଂ ବିଲ୍‌- ୨୦୨୫ । ସଂସଦରେ ପାରିତ ପରେ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଅନ୍‌ଲାଇନ୍‌ ମନି ଗେମ୍ ନିଷିଦ୍ଧ । ଦୋଷୀ ହେଲେ ୫ ବର୍ଷ ଜେଲ୍‌ ସହ ୨ କୋଟି ପର୍ଯ୍ୟନ୍ତ ଜରିମାନା ପ୍ରାବଧାନ ମଧ୍ୟ ରହିଛି । ତେବେ ଗତ ଦୁଇ ଦିନ ତଳେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହୋଇଥିଲା ଅନ୍‌ଲାଇନ୍ ଗେମିଂ ବିଲ୍‌- ୨୦୨୫ । ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିଲ୍‌ ଉପସ୍ଥାପନ କରିଥିଲେ । ବେଟିଂ ସହିତ ଜଡ଼ିତ ଅନ୍‌ଲାଇନ ଟଙ୍କା ଖେଳକୁ ନିଷିଦ୍ଧ କରିବା ଲକ୍ଷ୍ୟରେ ଏହି ବିଲ୍‌ ଆଗତ କରାଯାଇଥିବା ମନ୍ତ୍ରୀ କହିଥିକଲେ । ବିଲ୍ ଆଇନରେ ପରିଣତ ହେଲାପରେ ଟଙ୍କା ଅଫର କରୁଥିବା ଗେମ୍, ଏହାକୁ ଚଲାଇବା ଓ ପ୍ରଚାର କରିବା ବେଆଇନ ହେବ । ଅବଶ୍ୟ ଟଙ୍କା ଅଫର  କରୁନଥିବା ସାଧାରଣ ଅନଲାଇନ ଗେମ୍ ଖେଳିଲେ ଲୋକଙ୍କ ପାଇଁ କୌଣସି ଦଣ୍ଡ ହେବ ନାହିଁ । ଯଦି କେହି ଏଭଳି ରିୟଲ-ମନି ଗେମ୍ ଖେଳ ଅଫର୍ କରୁଛନ୍ତି କିମ୍ପା କିମ୍ବା ପ୍ରଚାର କରୁଛନ୍ତି, ତେବେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଏହାର ବିଜ୍ଞାପନକାରୀଙ୍କୁ ମଧ୍ୟ ୨ ବର୍ଷ ଜେଲ୍ ଏବଂ ୫୦ଲକ୍ଷ ଟଙ୍କା ଜରିମାନା ହେବ।  ସରକାର ବର୍ତ୍ତମାନ ବୃତ୍ତିଗତ ଟୁର୍ନାମେଣ୍ଟ, ସଂଗଠିତ ପ୍ରତିଯୋଗିତା ଏବଂ ଗେମିଂକୁ ଏକ ଖେଳ ଭାବରେ ବିଚାର କରୁଛନ୍ତି। ଏହି ପରିଭାଷା ଇ-କ୍ରୀଡାକୁ ଅନଲାଇନ୍ ଜୁଆ-ଶୈଳୀର ଖେଳଠାରୁ ପୃଥକ କରେ, ଯାହାକୁ ବିଲ୍ “ମନି ଗେମ୍ସ” ବୋଲି କୁହାଯାଏ, ଯାହା ଏପରି ଶୀର୍ଷକ ଯେଉଁଠାରେ ନଗଦ କିମ୍ବା ମୂଲ୍ୟବାନ ଜିନିଷ ବାଜିରେ ଥାଏ। ଇ-କ୍ରୀଡା ପରି ନୁହେଁ, ସେଗୁଡ଼ିକ ସମ୍ପୂର୍ଣ୍ଣ ଭିନ୍ନ ବର୍ଗରେ ପଡ଼ିଥାଏ ଏବଂ କଠୋର କଟକଣାର ସମ୍ମୁଖୀନ ହୁଏ।