ବିଧାନସଭା ମୌସୁମୀ ଅଧିବେଶନ ତାରିଖ ଘୋଷାଣା । ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନ ୧୮ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ବିଧାନସଭା ସଚିବାଳୟରୁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ତେବେ ଏଥର ଶାସକ ଦଳକୁ ଘେରିବା ପାଇଁ ବିରୋଧୀଙ୍କ ପାଖରେ ଭରିହୋଇ ରହିଛି ବିଭିନ୍ନ ପ୍ରସଙ୍ଗ । ନାରୀ ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳକୁ ଘାଇଲା କରିବ ବିରୋଧୀ । ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ପ୍ରତିଦିନ ନାରୀ ସୁରକ୍ଷା ଉପରେ ପ୍ରଶ୍ନ ଉଠୁଛି । ରାଜ୍ୟର କୋଣ ଅନୁକୋଣରୁ ଯୁବତୀଙ୍କୁ ଜାଳିଦେବାର ଖବର ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଯାହାକୁ ନେଇ ଅକଳରେ ପଡ଼ିଛନ୍ତି ସରକାର । ଏହି ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ ହଙ୍ଗାମା କରିବାକୁ ଜୋରଦାର ପ୍ରସ୍ତୁତ ହେଲେଣି ।