ଆକ୍ରମଣ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖାଙ୍କ ପ୍ରଥମ ଫଟୋ ; ସାଂସଦଙ୍କ ସହିତ ସାକ୍ଷାତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ପରେ ରେଖାଙ୍କ ବାସଭବନରେ ଭେଟିଲେ ସାଂସଦ । ଗତକାଲି ଅର୍ଥାତ ବୁଧବାର ଜନଶୁଣାଣି ସମୟରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଯେଉଁଥିଲେ ସେ ଆଘାତ ହୋଇଥିଲେ । ଏହାପରେ ପୋଲିସ ତୁରନ୍ତ ଆକ୍ରମଣକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଘଟଣା ପରେ, କେନ୍ଦ୍ର ସରକାର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବୃଦ୍ଧି କରିଛନ୍ତି। ଏହା ସହିତ, CRPF ମୁତୟନ କରାଯାଇଛି। ଆକ୍ରମଣର ୨୪ ଘଣ୍ଟା ପରେ, ଦିଲ୍ଲୀ ବିଜେପିର ସମସ୍ତ ସାତ ଜଣ ସାଂସଦ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତଙ୍କୁ ଭେଟିଛନ୍ତି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା, ପୂର୍ବତନ ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ, ସାଂସଦ ବଂଶୁରୀ ସ୍ୱରାଜ ଏବଂ ଅନ୍ୟ ସମସ୍ତ ସାଂସଦ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଭେଟିବା ପରେ ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ମନୋବଳ ଆଦୌ ହ୍ରାସ ପାଇନାହିଁ। ଜନ ଶୁଣାଣୀ କାର୍ଯ୍ୟକ୍ରମ ଜାରି ରହିବ। ସେ ଆସନ୍ତା ବୁଧବାର ପୁଣି ଲୋକଙ୍କୁ ଭେଟିବେ। ସେ ଆସନ୍ତାକାଲିଠାରୁ କାମକୁ ଫେରିବେ। ମୁଖ୍ୟମନ୍ତ୍ରୀ ଆହତ ହୋଇଛନ୍ତି, କିନ୍ତୁ ଏବେ ସୁସ୍ଥ ଅଛନ୍ତି ।

ବୁଧବାର ଦିନ ହୋଇଥିବା ଆକ୍ରମଣ ପରେ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରିଥିଲେ। ଏଥିରେ ସେ କହିଥିଲେ ଯେ ଆଜି ସକାଳେ ଜନଶୁଣାଣି ସମୟରେ ମୋ ଉପରେ ହୋଇଥିବା ଆକ୍ରମଣ କେବଳ ମୋ ଉପରେ ନୁହେଁ, ବରଂ ଦିଲ୍ଲୀର ସେବା ଏବଂ ଲୋକଙ୍କ କଲ୍ୟାଣ ପାଇଁ ଆମର ସଂକଳ୍ପ ଉପରେ ଏକ କାପୁରୁଷ ପ୍ରୟାସ। ସ୍ୱାଭାବିକ ଭାବରେ, ଏହି ଆକ୍ରମଣ ପରେ ମୁଁ ମର୍ମାହତ ହୋଇଥିଲି, କିନ୍ତୁ ଏବେ ମୁଁ ଭଲ ଅନୁଭବ କରୁଛି। ମୁଁ ମୋର ସମସ୍ତ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରୁଛି ଯେ ଦୟାକରି ମୋତେ ଭେଟିବାକୁ କଷ୍ଟ କରନ୍ତୁ ନାହିଁ। ମୁଁ ବହୁତ ଶୀଘ୍ର ଆପଣଙ୍କ ପାଖରେ କାମ କରୁଥିବାର ଦେଖାଯିବି।