ଉଦଳା ମହାବିଦ୍ୟାଳୟରେ 60 ତମ ପ୍ରତିଷ୍ଠା ଦିବସ ପାଳିତ

ମୟୂରଭଞ୍ଜ ଜିଲ୍ଲା ଉଦଳା ମହାବିଦ୍ୟାଳୟରେ ୬୦ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢେଇ ଓ ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଯୋଗ ଦେଇ ଶିକ୍ଷା ସମାଜରେ ସଂସ୍କାର ଆଣିବାର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଓ ଶିକ୍ଷା ସହିତ ଛାତ୍ର ଛାତ୍ରୀ ମାନେ ନିଜର ଚରିତ୍ର କୁ ପରୀମାର୍ଜିତ କରିବା ଅପହାର୍ଯ୍ୟ ବୋଲି ପରିପ୍ରକାଶ କରିଥଲେ।ଏହି ପ୍ରତିଷ୍ଠା ଦିବସ ରେ ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ। ପରିଶେଷରେ ମହାବିଦ୍ୟାଳୟ ର ପ୍ରତିଭାବାନ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ. ଯତୀନ ମହାକୁଡ ଉପସ୍ଥିତ ଥିବା ବେଳେ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ କୁ ସୋହଯୋଗ କରିଥିଲେ।