ଆଜି ମାଲକାନଗିରି ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟସ (ଏମ.ୟୁ.ଜେ)ର ସଭାପତି ଦେବ ପ୍ରସାଦ ଦାସଙ୍କ ନେତୃତ୍ୱରେ, ଏମ.ୟୁ.ଜେର କର୍ମକର୍ତ୍ତା ଓ ସାମ୍ବାଦିକ ମାନେ ମାଲକାନଗିରି ଜିଲ୍ଲାର ନୁଆ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ସୋମେଶ ଉପାଧ୍ୟାୟଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଶ୍ରୀ ଉପାଧ୍ୟାୟ ମାଲକାନଗିରି ଜିଲ୍ଲାର ଉନ୍ନତି ପାଇଁ ଏମ.ୟୁ.ଜିର ସମସ୍ତ ସାମ୍ବାଦିକ ମାନଙ୍କର ସହଯୋଗୀତା ଲୋଡ଼ିଥିଲେ । ଏବଂ ସମସ୍ତେ ମିଳିମିଶି ଏହି ଜିଲ୍ଲାକୁ ଉନ୍ନତି ପଥରେ ଆଗେଇ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲାର ରାସ୍ତାଘାଟର ଉନ୍ନତି, ରେଳପଥ ଓ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା,ମେଡିକାଲରେ ଯଥେଷ୍ଟ ସଂଖ୍ୟକ ଡାକ୍ତର, ବିଦ୍ୟାଳୟ ଗୁଡିକରେ ଯଥେଷ୍ଟ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ନିଯୁକ୍ତି ଏବଂ ସ୍ବାଭିମାନ ଅଞ୍ଚଳରେ ପର୍ଯ୍ୟଟନର ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତକାରରେ ଏମ.ୟୁ.ଜେର ଉପ ସଭାପତି ସତ୍ୟ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦକ ଅସିମ ବିଶ୍ୱାସ, ଉପଦେଷ୍ଟା ଶିବ ପ୍ରସାଦ କୀର୍ତ୍ତନିୟା, ବରିଷ୍ଠ ସାମ୍ବାଦିକ ଜୀତେନ୍ଦ୍ର ବେଉରା,କାମରାଜ ଜେନା, କାଲିମେଳା ବ୍ଲକ ସଭାପତି ପ୍ରଶାନ୍ତ କୁମାର ବିହାରୀ, ଦେବଦତ୍ତ ବେହେରା, ବିକ୍ରମ କେଶରୀ ପାଢ଼ୀ ଏବଂ ସ୍ବାଧିନ ବେହେରା ଉପସ୍ଥିତ ଥିଲେ।
