ଗୁଗୁଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ରାସ୍ତା

ଗୁଗୁଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ରାସ୍ତା । ଖାଲକୁ ଖସି ପଡ଼ିଲେ ମହିଳାଙ୍କ ସହ ତାଙ୍କ କାର୍ । ଆଉ ଏଭଳି ଏକ ଘଟଣା ଗଟିଛି ନଭି ମୁମ୍ବାଇରେ । ସୂଚନା ଅନୁଶାରେ, ଗୁଗୁଲ ମ୍ୟାପ୍ ଜରିଆରେ ଜଣେ ମହିଳା କାର୍ ଡ୍ରାଇଭିଂ କରି ବେଲାପୁରରୁ ଉଲୱେ ଯାଉଥିଲେ । ମହିଳାଙ୍କୁ ବେଲାପୁରରବେ ବ୍ରିଜ୍ ଯିବାର ଥିଲା । କିନ୍ତୁ ଗୁଗୁଲ୍ ମ୍ୟାପ୍ ତାଙ୍କୁ ବ୍ରିଜ୍ ତଳ ଏକ ରାସ୍ତା ଦେଇ ନେଭିଗେଟ୍ କରିଥିଲା । ଫଳରେ ଯାହା ତାଙ୍କୁ ଧ୍ରୁବତାରା ଜେଟି ଆଡ଼କୁ ନେଇ ଯାଇଥିଲା । ଶେଷରେ ସେ ରାସ୍ତା ନ ଜାଣି ପାରି, ଏକ ପାଣି ଭର୍ତ୍ତି ଖାଲ ଭିତରେ ତାଙ୍କ ଗାଡ଼ିକୁ ପୁରାଇ ଦେଇଥିଲେ । ଅବଶ୍ୟ ଖବର ପାଇ ନିକଟରେ ଥିବା ସାମୁଦ୍ରିକ ସୁରକ୍ଷା ବାହିନୀର ଅଧିକାରୀମାନେ, ମହିଳାଙ୍କୁ ଉଦ୍ଧାର କରିବା ସହ ତାଙ୍କ କାର୍‌ଟିକୁ ମଧ୍ୟ ପରେ ସେହି ଖାଲରୁ ଉଦ୍ଧାର କରିଥିଲେ ।