ମହାନଦୀ ପ୍ରସଙ୍ଗକୁ ନେଇ ନବୀନଙ୍କ ଟ୍ୱିଟର(ଏକ୍ସ୍) ପୋଷ୍ଟ । ପୋଷ୍ଟରେ ନବୀନ କହିଛନ୍ତି, ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା । ତେଣୁ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଅନେକ ଦିନରୁ ଲାଗି ରହିଥିବା ମହାନଦୀ ଜଳ ବିବାଦ ଉପରେ, ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ତେଣୁ ଛତିଶଗଡ଼ର ବିଜେପି ସରକାରଙ୍କ ସହିତ କି ପ୍ରକାରର ଆପୋଷ ବିଚାର କରାଯାଉଛି କିମ୍ବା ନିଷ୍ପତ୍ତି ନିଆ ଯାଇଛି ତାକୁ ବୁଝାଇବା ପାଇଁ ରାଜ୍ୟର ବିଜେପି ସରକାର ତୁରନ୍ତ ଏକ ସର୍ବଦଳୀୟ ବୈଠକ ଡାକିବା ଉଚିତ। ଏବଂ ଏହି ବୈଠକରେ କଣ ନିଷ୍ପତ୍ତି ହେଲା, ତାହା ଓଡିଶାବାସୀ ମଧ୍ୟ ଜଣିବାକୁ ଚାହୁଁଛନ୍ତି ।

କ’ଣ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ସମ୍ମୁଖରେ ମାମଲା ଜାରି ରହିବ ? ନା ସରକାର ଆଇନଗତ ଲଢ଼େଇକୁ ପରିତ୍ୟାଗ କରିବେ ? କାରଣ ଅଗଷ୍ଟ 2 ତାରିଖରେ ପରବର୍ତ୍ତୀ ଟ୍ରିବ୍ୟୁନାଲ୍ ଶୁଣାଣି ପାଇଁ ଆଉ ମାତ୍ର 8 ଦିନ ବାକି ରହିଛି । ତେବେ କାହିଁକି ରାଜ୍ୟ ସରକାର ନୀରବ ରହିଛନ୍ତି ? ରାଜ୍ୟ ବିଜେପି ସରକାର କ’ଣ ଅନ୍ୟ ଏକ ବିଜେପି ସରକାରଙ୍କ ସହିତ ଗୁପ୍ତ ଭାବରେ ସମାଧାନ ପାଇଁ ଆଲୋଚନା କରୁଛନ୍ତି ? ତେବେ ଆପଣ ଜାଣିବା ଉଚିତ୍ ଯେ, ମହାନଦୀ କେବଳ ଗୋଟିଏ ନଦୀ ନୁହେଁ । ଏହା ଆମ ରାଜ୍ୟର ଆତ୍ମା । ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ରହିବାର ଆବଶ୍ୟକ ରହିଛି ।