ସ୍ୱତନ୍ତ୍ର ଏୟାର୍ ଆମ୍ବୁଲାନ୍ସରେ ଯାଇ ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ବଳଙ୍ଗା ପୀଡ଼ିତା

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ବଳଙ୍ଗା ପୀଡ଼ିତା । ସ୍ୱତନ୍ତ୍ର ଏୟାର୍ ଆମ୍ବୁଲାନ୍ସରେ ଯାଇ ପହଞ୍ଚିଲେ । ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସରେ ଯାଇ ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ବଳଙ୍ଗା ପୀଡିତା । ଗତ ଦୁଇଦିନ ଧରି ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଚାଲିଥିବା ବେଳେ ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ ଆଜି ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତର ବିମାନ ଯୋଗେ ତାଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଛି । ଭୁବନେଶ୍ୱର ଏମ୍ସରୁ ଗ୍ରୀନ କରିଡ଼ର କରାଯାଇ ପୀଡିତାଙ୍କୁ ବିମାନବନ୍ଦର ନିଆଯାଇଥିଲା । ଦିଲ୍ଲୀ ଏମ୍ସରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପୂର୍ବରୁ ଏକ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲେ । ସେଠାରେ ବଳଙ୍ଗା ପୀଡ଼ିତାଙ୍କୁ ନେବା ପାଇଁ ବିମାନରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହାପରେ ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ତେବେ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଡାକ୍ତର କହିଛନ୍ତି ଯେ, ପୀଡିତାଙ୍କ ଆଗାମୀ ୪୮ ଘଣ୍ଟା ପାଇଁ ଅବଜରଭେସନ୍‌ରେ ରହିଥିଲେ। ସେ  ଆଇସିୟୁରେ ଅକ୍ସିଜେନ୍‌ ସପୋର୍ଟରେ ଥିଲେ। ୨୦ ରୁ୨୫ ପ୍ରତିଶତ ବ୍ୟତୀତ ଶରୀର ଅନ୍ୟ ସବୁ ସ୍ଥାନ ପୋଡ଼ିଯାଇଛି । ଯାହାକି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ । କିନ୍ତୁ ପୀଡ଼ିତା ଏବେ ଟିକେ ସୁସ୍ଥ ଅଛନ୍ତି ଏବଂ କଥାବାର୍ତ୍ତା କରୁଛନ୍ତି ।