ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର-: ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା । ମୃତକଙ୍କ ନାମ ବଲ୍ଲଭ ଖେତୀ ହୋଇଥିବା ବେଳେ ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା କେନ୍ଦୁପାଲି ନିକଟରେ ଘଟିଛି । ପୂର୍ବ ଶତ୍ରୁତାକୁ ନେଇ ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ । କେହି ଦୁର୍ବୃତ୍ତ ଗତକାଲି ରାତିରେ କେନ୍ଦୁପାଲି ରାସ୍ତାରେ ବଲ୍ଲଭଙ୍କୁ ହତ୍ୟା ଉଦ୍ୟମ କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପକାଇ ଚାଲିଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନିଆ ଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।