ନୂଆଦିଲ୍ଲୀ: ଆପଣମାନେ ପ୍ରାୟତଃ ଶୁଣିଥିବେ ଯେ, ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଅଧିକ ଦିନ ବଞ୍ଚିଥାନ୍ତି । ଯଦି ଅପାଣମାନେ ଅପାଣମାନଙ୍କ ଚାରିପାଖକୁ ଦେଖିବେ ତେବେ ଆପଣ ମଧ୍ୟ ଅନୁମାନ କରିବେ ଯେ ଆପଣଙ୍କ ଚାରିପାଖରେ ପୁରୁଷମାନଙ୍କ ତୁଳନାରେ ଅଧିକ ବୟସ୍କ ମହିଳା ଅଛନ୍ତି । ଯଦିଓ ଏହା ଆପଣଙ୍କୁ ଏକ ସଂଯୋଗ ପରି ମନେହେଉଛି କିନ୍ତୁ ଜୀବନ ଆଶା ଉପରେ ହୋଇଥିବା ଏକ ଅଧ୍ୟୟନରେ ଏହା ଜଣାପଡିଛି ।
ଜୀବନ ଆଶା ଦୃଷ୍ଟିରୁ, ଭାରତରେ ମହିଳାମାନେ ହାରାହାରି ପୁରୁଷମାନଙ୍କ ତୁଳନାରେ ଅଧିକ ଦିନ ବଞ୍ଚନ୍ତି। ଜାତିସଂଘ ଜନସଂଖ୍ୟା ପାଣ୍ଠିର ଇଣ୍ଡିଆ ଏଜିଙ୍ଗ୍ ରିପୋର୍ଟ ଅନୁଯାୟୀ, ୬୦ ବର୍ଷ ବୟସ ପରେ ମହିଳାଙ୍କ ଜୀବନକାଳ ୨୦ ବର୍ଷରୁ ଅଧିକ ହୋଇଥାଏ। ଏହା ଭାରତର ଅନେକ ରାଜ୍ୟରେ ଦେଖାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ରାଜସ୍ଥାନ, ହରିୟାଣା, ଗୁଜରାଟ, ଉତ୍ତରାଖଣ୍ଡ, କେରଳ, ହିମାଚଳ ପ୍ରଦେଶ ଏବଂ ଜମ୍ମୁ ଏବଂ କାଶ୍ମୀର ଭଳି ରାଜ୍ୟରେ ୬୦ ବର୍ଷ ବୟସ ପରେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ୨୦ ବର୍ଷ ଅଧିକ ବଞ୍ଚିଥାନ୍ତି।
ତଥାପି, ଭାରତରେ ଏପରି ଏକ ରାଜ୍ୟ ଅଛି ଯେଉଁଠାରେ ମହିଳାଙ୍କ ହାରାହାରି ବୟସ ପୁରୁଷଙ୍କ ତୁଳନାରେ ବହୁତ କମ୍। ଅର୍ଥାତ୍ ଏହି ରାଜ୍ୟର ମହିଳାମାନେ ପୁରୁଷଙ୍କ ତୁଳନାରେ ବହୁତ କମ୍ ଦିନ ବଞ୍ଚିଥାନ୍ତି। ଏହି ରାଜ୍ୟ ହେଉଛି ଝାଡ଼ଖଣ୍ଡ, ଯେଉଁଠାରେ ମହିଳାଙ୍କ ଜୀବନକାଳ ପୁରୁଷଙ୍କ ତୁଳନାରେ କମ୍ । ୨୦୧୬ ରୁ ୨୦ ମଧ୍ୟରେ ପୁରୁଷଙ୍କ ହାରାହାରି ବୟସ ୭୦.୫ ବର୍ଷକୁ ବୃଦ୍ଧି ପାଇଛି, ଯେତେବେଳେ ମହିଳାଙ୍କ ବୟସ ୬୮.୯ ବର୍ଷ ଥିଲା । ଯେଉଁଠାରେ ୨୦୧୭ ରୁ ୨୧ ମଧ୍ୟରେ ପୁରୁଷଙ୍କ ଜୀବନକାଳ ୬୯.୫ ବର୍ଷ ଥିଲା, ଯେତେବେଳେ କି ମହିଳାଙ୍କ ବୟସ ୬୯.୬ ବର୍ଷ ଥିଲା।
ତେବେ ଝାଡ଼ଖଣ୍ଡରେ ମହିଳାଙ୍କ ଆୟୁଷ କମ ହେବାର ଅନେକ ଗୁଡିଏ କାରଣ ଅଛି । ଯେଉଁଥିରେ କୁପୋଷଣ, ଚିକିତ୍ସା ସେବାର ଅଭାବ, ଘରୋଇ ହିଂସା ଏବଂ ବାଲ୍ୟ ବିବାହ ଅନ୍ତର୍ଭୁକ୍ତ ।