ପଞ୍ଚାୟତ ପାଲଟିଛି ମନରେଗା କାମରେ ଦୁର୍ନୀତିର ଗନ୍ତାଘର

ମାଲକାନଗିରି-: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଟିଗଲ ପଞ୍ଚାୟତର ବିଭିନ୍ନ ମନରେଗା କାମକୁ ମେସିନ ଦ୍ୱାରା କରାଇ ଅର୍ଥ ହରିଲୁଟ କରୁଛନ୍ତି କିଛି ଅସାଧୁ ଅଫିସର ଓ ପଦ ପଦବିରେ ଥିବା କିଛି ବ୍ୟକ୍ତି ବିଶେଷ । ସ୍ଥାନୀୟ ଲୋକଙ୍କ ନାମରେ ମନରେଗା କୋଡ଼ ବାହାର କରି କାମକୁ ଅପରୁଭାଲ କରାଇବା ସହିତ ସେହି କାମରେ ଅଫିସର ମାନଙ୍କ  ଭାଗିଦାରିରେ ରାତାରାତି ମେସିନ ଲଗାଇ କାମ ସାରି ଦେଉଛନ୍ତି । ଯାହା ଫଳରେ ସରକାରୀ ଅର୍ଥ ଆତ୍ମସାତ କରିବାକୁ କିଛି ବି ସମସ୍ୟା ଉପୁଜୁ ନାହିଁ । ତେବେ ପଞ୍ଚାୟତର କର୍ମଚାରୀଙ୍କୁ ପଚାରିଲେ ସେମାନେ କହୁଛନ୍ତି ଏମିତି କିଛି ବି କାମ ହୋଇ ନାହିଁ ଯଦି ସେମିତି କିଛି କାମ ହୋଇଥାଏ ତେବେ ତାହାର ତଦନ୍ତ ହେବ ।

ଏଠାରେ ପ୍ରଶ୍ନ କିଏ କରିବ ତଦନ୍ତ ଓ କଣ ବାହାରିବ ଏହାର ଫଳାଫଳ । ବାସ୍ତବତା ଭିନ୍ନ ହେଉଥିବା ବେଳେ ପ୍ରଥମେ ମେସିନ ଲଗାଇ କାମ ସାରିଦେଇ ତାର କିଛି ମାସ ପର ଠାରୁ ଡିମାଣ୍ଡ ଆରମ୍ଭ କରାଯାଏ । ଏହା ଏକ ସହଜ ଓ ଭୟ ମୁକ୍ତ ଭାବେ ସରକାରୀ ଅର୍ଥ ହରିଲୁଟ କରିବାର ସରଳ ରାସ୍ତା ।